ଭୁବନେଶ୍ବର/ଧଉଳି: ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ୪ର୍ଥ ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଅବସରରେ ‘ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ-୨୦୨୧’ ଆଜି ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ତଥା ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ବିନୋଦ ମହାରଣା, ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ଭାରତ ପର୍ଯ୍ୟଟନର ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ ତିର୍କୀ, ସାମାଜିକ କର୍ମୀ ହରେକୃଷ୍ଣ ସାହୁ ଓ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କ ଚିତ୍ରକୁ ପ୍ରଶଂସା କରିଥିଲେ। ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଭାରତର ଅନ୍ୟ ରାଜ୍ୟ ସହ ୧୦ଟି ଦେଶର ଶିଶୁ ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ। ମୋଟ ୫୫୨ଶିଶୁ ଶିଳ୍ପୀ ଆବେଦନ କରିବା ସହ ଏଥିମଧ୍ୟରୁ ୩୮୦ ଜଣଙ୍କ ଚିତ୍ରକଳା ଉକ୍ତ ପ୍ରଦର୍ଶନୀରେ ସ୍ଥାନ ପାଇଛି। କୃତୀ ଶିଳ୍ପୀମାନଙ୍କୁ ଡାକ ଯୋଗେ ପୁରସ୍କାର ପ୍ରଦାନ କରାଯିବା ସହ ରୋଜାଲିନା ଦାଶ ଓ ଖୋକନ ସରକାରଙ୍କୁ ‘କଳା ଆଚାର୍ଯ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର ପୌରୋହିତ୍ୟ କରିଥିଲେ। ସହ ସମ୍ପାଦକ ମିହିରକାନ୍ତ ପ୍ରହରାଜ ବିବରଣୀ ପ୍ରଦାନ କରିଥିଲେ। ପ୍ରଦର୍ଶନୀ ୟୁଟ୍ୟୁବ୍, ଫେସବୁକ୍ ଓ ହ୍ୱାଟସ୍ଆପ୍ ମାଧ୍ୟମରେ ପ୍ରସାରିତ ହେବ। ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦନ କୁମାର ସାମଲ, ବିଶ୍ୱକାନ୍ତ ପଣ୍ଡା, ମାନସ ରଞ୍ଜନ ନାୟକ ଓ ଅଧ୍ୟାପିକା ସସ୍ମିତା କାମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ନେପାଳ, ବାଂଲାଦେଶ, ଇଣ୍ଡୋନେସିଆ, ଆମେରିକା ଓ ଭାରତର ୨୦ଜଣ ବରିଷ୍ଠ ଶିଳ୍ପୀଙ୍କ ସଂଗୃହୀତ ଚିତ୍ର ପ୍ରଦର୍ଶିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/f4h6s4fh56fs456h4sf56h4fs56.jpg)