ଭୁବନେଶ୍ବର: ଭୁବନେଶ୍ବର ସହିଦ ମେମୋରିଆଲ୍ର ରିଜର୍ଭ ପୁଲିସ ପଡ଼ିଆରେ ଆଜି କମିସନରେଟ୍ ପୁଲିସ ପକ୍ଷରୁ ୬୨ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଭାରତର କେନ୍ଦ୍ରୀୟ ପୁଲିସ ଓ ରାଜ୍ୟ ପୁଲିସ୍ରୁ ମୋଟ ୩୭୭ଜଣ ଆରକ୍ଷୀ ପ୍ରାଣବଳି ଦେଇ ସହିଦ ହୋଇଛନ୍ତି। ତନ୍ମଧ୍ୟରୁ ଓଡ଼ିଶାରୁ ୪ଜଣ କମାଣ୍ଡୋ ଓ ପୁଲିସ କର୍ମଚାରୀ ନକ୍ସଲ ବିରୋଧୀ ଅପରେସନ୍ ଓ ବିଭିନ୍ନ ପରିସ୍ଥିତିରେ ଦାୟିତ୍ବ ନିର୍ବାହ କରିବା ସମୟରେ ପ୍ରାଣ ହରାଇଛନ୍ତି। ସେହିଭଳି ୨୨ଜଣ ରାଜ୍ୟ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସମସ୍ତଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ସହିଦ ଦିବସରେ ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ରେଖା ଲୋହାନି, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଡିସିପି ପ୍ରମୁଖ ଯୋଗ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
୬୨ତମ ପୁଲିସ ସହିଦ ଦିବସ ପାଳିତ
/sambad/media/post_attachments/wp-content/uploads/2021/10/46h4s65fh4sf6565hfssfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)