ଭୁବନେଶ୍ବର: ଓଡ଼ିଶା ପତିତା ଉଦ୍ଧାର ସମିତି ଦ୍ବାରା ପରିଚାଳିତ ଚନ୍ଦ୍ରଶେଖରପୁରସ୍ଥିତ ମହିଳା ନିରାଶ୍ରିତ ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି ଏଡିସି ଲକ୍ଷ୍ମୀଧର ସେଠୀ। ମହିଳା ଅନ୍ତେବାସୀଙ୍କ ସହ ଭାବବିନିମୟ କରିବା ସହ ସେମାନଙ୍କୁ କମ୍ବଳ ଓ ଖାଦ୍ୟ ବଣ୍ଟନ କରିଥିଲେ। ନିଜ ଲୋକମାନେ ପର ‌କରିଦେବା ପରେ ଆଶ୍ରୟସ୍ଥଳୀରେ ରହୁଥିବା ଅନ୍ତେବାସୀ ଏବେ ବି ନିଜକୁ ଅସହାୟ ମଣୁଛନ୍ତି। ଏଭଳି କ୍ଷେତ୍ରରେ ଅନ୍ୟମାନେ ବି ସେମାନଙ୍କ ସହ ସମୟ ବିତାଇ ସନ୍ତାନସନ୍ତତିଙ୍କ ଅଭାବବୋଧ ଦୂର କରିପାରିବେ ବୋଲି ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି।