ଭୁବନେଶ୍ବର: ଟଙ୍କପାଣି ରୋଡ୍‌ଠାରେ ଥିବା ଶ୍ରୀ ଉଷା ଡାଇଗ୍ନୋଷ୍ଟିକ୍ସର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ସେଣ୍ଟର୍‌ ଶ୍ରୀ ହସ୍ପିଟାଲ୍‌ର ଏକ ୟୁନିଟ୍‌ ହୋଇଥିବା ବେଳେ ଏଠାରେ ଅତ୍ୟାଧୁନିକ ଯନ୍ତ୍ରାଂଶ ସହ ଅଭିଜ୍ଞ ଡାକ୍ତରୀ ଟିମ୍‌ ଓ ବୈଷୟିକ କର୍ମଚାରୀ ରହିଛନ୍ତି। ଏଠାରେ ୨୪ଘଣ୍ଟିଆ ଏମଆରଆଇ, ଆଞ୍ଜିଓ ସିଟି ସ୍କାନ୍‌, ଡିଜିଟା‌ଲ ଏକ୍ସ-ରେ, ବିଏମବିଡି, ସମସ୍ତ ମାଇକ୍ରୋବାୟୋଲୋଜିକାଲ ପରୀକ୍ଷା ଓ ରକ୍ତ ପରୀକ୍ଷା କରାଯାଏ।

Advertisment

ଏଥିସହ ଏମଆରଆଇ ଓ ସିଟି ସ୍କାନ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ସହର ମଧ୍ୟରେ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଉଛି। ଏହାକୁ ଶାଲିନୀ କୋଥକୋଣ୍ଡା, ଡା.ରବି ଶଙ୍କର କାତ୍ରାଗଡ୍ଡା, ଡା.ଦେବଦତ୍ତ କୁମାର ସାହୁ ଓ ଡା.ଉପେନ୍ଦ୍ରନାଥ ନିମ୍ମାଗଡ଼ା ପ୍ରମୁଖ ପରିଚାଳନା କରୁଛନ୍ତି।