ଜାତି-ଜାତକ-ଯୌତୁକଶୂନ୍ୟ ଆନ୍ଦୋଳନର ବାର୍ଷିକ ଉତ୍ସବ

ଭୁବନେଶ୍ବର: ‘ଆମୋଫୋଇ’ ସଂଗଠନ ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ ଓ ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମ ବିବାହ ଆନ୍ଦୋଳନର ୪୮ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ବପ୍ନା ବିଜୟିନୀଙ୍କ ଦ୍ବାରା ରଚିତ ‘ସଚ୍ଚା ହେତୁବାଦୀ କାହାଙ୍କୁ କହିବା?’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସଭାପତି ମାନସ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ସମ୍ଭବ’ର ସମ୍ପାଦିକା ସାବରମତୀ ଯୋଗଦେଇ ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମ ବିହାହ ଆନ୍ଦୋଳନର ବାର୍ଷିକ ଉତ୍ସବକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବିବାହ ଉତ୍ସବରେ ବାଜା, ବାଣ ଆଦିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ। ଏହିଭଳି ଭାବେ ବାହାଘର ଆୟୋଜନ ହେଲେ ପ୍ରଦୂଷଣମୁକ୍ତ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଂଜନ କହିଲେ, ଜାତିପ୍ରଥା ନ ହଟିଲେ, ସମାଜରେ ଅସଲ ସମତା ଆସିବ ନାହିଁ। ଆମୋଫୋଇର ସମ୍ପାଦକ ବି. ରାମଚନ୍ଦ୍ର ସିଏସଟି ଭୋଲଟେୟାର ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମବିବାହ ଉତ୍ସବ ୪୮ବର୍ଷ ତଳେ ଜୁନ୍ ୯ତାରିଖରେ ପ୍ରଫେସର ରାଧାମୋହନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏରଞ୍ଚ ହାଇସ୍କୁଲର ତିନିଜଣ ମେଧାବୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ସୋନାଲିକା ଓଝା, ଶୁଭସ୍ମିତା ପାଢ଼ୀଙ୍କୁ ପ୍ରଫେସର ରାଧାମୋହନ, ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ପଟ୍ଟନାୟକ ଓ ପ୍ରଫେସର ଧନେଶ୍ଵର ସାହୁ ସ୍କଲାରସିପ୍ ପ୍ରଦାନ କରିଥିଲେ। ଏହି ସଭାରେ ରାଜନେତା ମଧୁସୂଦନ ଯାଦବ, ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, କିଶୋର ମୋହନ ପ୍ରଧାନ, ହେତୁବାଦୀ ମହମ୍ମଦ ସୁକୁରୁ, ଆଇନଜୀବୀ ଅର୍ଜୁନ ସାମନ୍ତରାୟ, ବାସନ୍ତୀ ଆଚାର୍ଯ୍ୟ, ‘ନିର୍‌ମା’ର ଆସୋସିଏଟ୍ ପ୍ରଫେସର ହିପୁସଲକ୍ କ୍ରିଷ୍ଣଲ୍‌ନାଥନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର