ଅସାମାଜିକଙ୍କ ଆଡ଼ା ପାଲଟିଛି ଗାନ୍ଧୀ ପଦଯାତ୍ରା ସ୍ମାରକୀ

ବାଲିଅନ୍ତା: ମହାତ୍ମା ଗାନ୍ଧୀଙ୍କ ବାଲିଅନ୍ତା ପଦଯାତ୍ରା ଘଟଣାକୁ ଜନ ମାନସରେ ସବୁଦିନ ଉଜ୍ଜୀବିତ କରି ରଖିବା ପାଇଁ ଟଙ୍କପାଣି ବ୍ରିଜ ନିକଟରେ ରଖା ଯାଇଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ମାରକୀସ୍ଥଳ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ପାଲଟିଛି। ରାତି ସମୟରେ ଉକ୍ତ ସ୍ଥାନରେ ମଦ୍ୟପଙ୍କ ଆସର ଜମୁଛି। କଂକ୍ରିଟ ପିଣ୍ଡି ଉପରେ ଖାଲି ମଦ ବୋତଲ, ଚିଲମ, ଗ୍ଲାସ, ପଲିଥିନ ଭଳି ସାମଗ୍ରୀ ପଡ଼ିରହିଛି। ହେଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାରେ ସେଭଳି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଏନେଇ ବିଭାଗ ପକ୍ଷରୁ ୬୯ ଲକ୍ଷ ମଞ୍ଜୁର ହୋଇଥିଲା। ହେଲେ ପଦସ୍ଥ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଉଲ୍ଲେଖଯୋଗ୍ୟ ଉକ୍ତ ସ୍ଥାନରେ ବାପୁଙ୍କ ସମେତ ମୀରା ବେନ୍‌, ହରେକୃଷ୍ଣ ମହତାବ, ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ସହିତ ଅନ୍ୟ ମହାମନିଷୀ ମାନଙ୍କର ପ୍ରତିମୂର୍ତ୍ତି ରଖାଯାଇଛି।

ସମ୍ବନ୍ଧିତ ଖବର