ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ଭିଜିଲେ ଦର୍ଶକ

ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ୍ ସର୍କଲ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି ହିନ୍ଦୁସ୍ଥା‌ନୀ ଶାସ୍ତ୍ରୀୟ ସଂଗୀତ ସମାରୋହ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ଗାୟିକା ମୀରା ପଣ୍ଡା ଓ ଗାୟକ ସରୋଜ କୁମାର। ଶାସ୍ତ୍ରୀୟ ସଂଗୀତ ଜଗତର ଏହି ବିଶିଷ୍ଟ ଦୁଇ ଓଡ଼ିଆ ଗାୟିକା ଓ ଗାୟକଙ୍କ ସଂଗୀତ ପରିବେଷଣରେ ଦର୍ଶକମାନେ ବିମୋହିତ ହୋଇପଡ଼ିଥି‌ଲେ। ସୁମନ୍ତ ମହାପାତ୍ରଙ୍କ ହାର୍‌ମୋନିୟମ୍ ଓ ସୀତାଂଶୁ ଷଡ଼ଙ୍ଗୀଙ୍କ ତବଲା ବାଦନ ଦର୍ଶକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା।

ଅତିଥି ଭାବେ ଆଇସିସିଆର୍‌ର ଆଞ୍ଚଳିକ ନିର୍ଦ୍ଦ‌େଶକ ମିନାକ୍ଷୀ ମିଶ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଅନୁଷ୍ଠା‌ନର ସଦସ୍ୟ ଜଗଦାନନ୍ଦ ମିଶ୍ର, ଅନୁଷ୍ଠ‌ାନର ପୂର୍ବତନ ସଭାପତି ଏସ୍‌କେ ତାମୋଟିଆ, ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ, ଗୁରୁ ଚିତ୍ତରଞ୍ଜନ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ସଂଗୀତା ଗୋସାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର