ବାଲିପାଟଣା: ଖବରକାଗଜ ବିତରକମାନଙ୍କ ପାଇଁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଓ ଆର୍ଥିକ ସହାୟତା ସହ ଐତିହାସିକ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଘୋଷଣା କରିଥିବାରୁ ବାଲିପାଟଣା ବିତରକ ସଂଘ ପକ୍ଷରୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଯାଇଛି।
ସଂଘର ସଭାପତି ରଞ୍ଜନ ମିଶ୍ର, ସମ୍ପାଦକ କବିରାଜ ଭୋଇ, ପୂର୍ଣ୍ଣଚନ୍ଦ୍ର ଦାଶ, ମାଧବାନନ୍ଦ ଭୋଇ, ପିଣ୍ଟୁନି ସେଠୀ, କୃଷ୍ଣଚନ୍ଦ୍ର ଦାସ, ଗୁଣନିଧି ଭୋଇ, ସରୋଜ କୁମାର ସାବୁତୁ, ରାମଚନ୍ଦ୍ର ମିଶ୍ର ପ୍ରମୁଖ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ଘୋଷଣା ଖବରକାଗଜ ବିତରକଙ୍କ ଉତ୍ସାହ ବୃଦ୍ଧି କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/28-3.jpg)