ଭୁବନେଶ୍ବର: ଆଜି ୨୯ନମ୍ବର ୱାର୍ଡରେ ‘ବସ୍ତି ବିକାଶ ସଙ୍ଗଠନ’ ଗଠନ କରାଯାଇ ‘ଜାଗା ସମ୍ପର୍କ ଯାତ୍ରା’ ଶୁଭାରମ୍ଭ ହୋଇଛି। ଏନେଇ ଆୟୋଜିତ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। ଜାଗା ମିସନ୍ରେ ବସ୍ତିର ଉନ୍ନତି କରାଯାଇ କିଭଳି ବିଜୁ ଆଦର୍ଶ କଲୋନିକୁ ରୂପାନ୍ତରିତ କରାଯିବ ଏବଂ ରାସ୍ତା, ଡ୍ରେନ୍, ପାର୍କ, ସାହି ସୌନ୍ଦର୍ଯ୍ୟୀକରଣ ପ୍ରଭୃତି କାର୍ଯ୍ୟରେ ବସ୍ତିବାସିନ୍ଦାଙ୍କ କିଭଳି ଶତପ୍ରତିଶତ ଭାଗୀଦାରି ରହିବ, ସେ ନେଇ ବିଧାୟକ ଆଲୋଚନା କରିଛନ୍ତି।
ତେବେ ଏଥିରେ ମେୟର କିମ୍ବା ସ୍ଥାନୀୟ କର୍ପୋରେଟର୍ଙ୍କୁ ଡକାଯାଇ ନଥିବା କର୍ପୋରେଟର୍ ଅପରୂପ ନାରାୟଣ ରାଉତ ଅଭିଯୋଗ କରିଛନ୍ତି। ବସ୍ତିବାସିନ୍ଦାଙ୍କ ଉନ୍ନତି ପାଇଁ ଆମେ କାମ କରୁଛୁ। ଆଗକୁ ସେମାନଙ୍କର ସର୍ବାଙ୍ଗିନ ଉନ୍ନତି ପାଇଁ ଆମେ ଛିଡ଼ା ହେବୁ। କିନ୍ତୁ ଏ ସବୁ କାର୍ଯ୍ୟରେ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରାଉତ ପ୍ରତିକ୍ରିୟାରେ କହିଛନ୍ତି।