ଭୁବନେଶ୍ବର: ପରିତ୍ୟକ୍ତ ହୋଇ ପଡ଼ି ରହିଥିବା ବରମୁଣ୍ଡା ଗ୍ରାମର ଦଶତୁଠ ଚୁଆକୁ ପୁନରୁଦ୍ଧାର କରାଯିବ। ୫ ବର୍ଷ ପରେ ଏହାକୁ ବିଏମ୍ସି ପୁନଃ ନବୀକରଣ କରିବା ସହ ବିଭିନ୍ନ ବ୍ୟବସ୍ଥା କରିବ। ଏଥିପାଇଁ ୧୨ ଲକ୍ଷ ଟଙ୍କା ବଜେଟ୍ ରହିଥିବା ବେଳେ ଖୁବ୍ଶୀଘ୍ର କାମ ଶେଷ ହୋଇ ଗ୍ରାମବାସୀଙ୍କୁ ଅର୍ପଣ କରାଯିବ। ୨୦୧୪-୧୫ ଆର୍ଥିକ ବର୍ଷରେ ବିଧାୟକଙ୍କ ପାଣ୍ଠିରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତାରେ ଚୁଆର ଉନ୍ନତୀକରଣ ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏବଂ କିଛି ବ୍ୟକ୍ତିବିଶେଷ ଏହା ମଧ୍ୟରେ ପୂଜା ସାମଗ୍ରୀ ଆଦି ପକାଇବାରୁ ବର୍ଜ୍ୟକୁଣ୍ଡରେ ପରିଣତ ହୋଇଛି। ପାଣି ପଚି ଗନ୍ଧାଉଥିବା ବେଳେ ନିଷ୍କାସନର ବାଟ ନଥିବାରୁ ନାଳ ସଦୃଶ ଗନ୍ଧାଉଛି। ତେଣୁ ଦଶତୁଠ ହୋଇଥିଲେ ହେଁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନଥିଲା। ତେବେ ଏହାକୁ ପୁନରୁଦ୍ଧାର ପାଇଁ ବିଏମ୍ସି ଅଣ୍ଟା ଭିଡ଼ିଛି। ୫୦ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍ ସୁଜିତ ସ୍ବାଇଁଙ୍କ କହିବା ମୁତାବକ, ଚୁଆକୁ ସମ୍ପୂର୍ଣ୍ଣ ପରିଷ୍କାର କରାଯିବା ସହ ଚାରିପାଖରେ ଭାଙ୍ଗି ପଡ଼ିଥିବା ପାଚେରି ବୁଲାଯିବ। ବୋରୱେଲ୍ ସ୍ଥାପନ ହେବ। ନିଷ୍କାସନ ପାଇଁ ଚୁଆରୁ ନାଳକୁ ବାଟ କରାଯିବ। ଯଦିଓ ଏହାର ପୁନରୁଦ୍ଧାର କରାଯିବ, କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ବିନା ଏହାର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଅସମ୍ଭବ ହୋଇପଡ଼ିବ ବୋଲି ସେ କହିଛନ୍ତି।
ପୁନରୁଦ୍ଧାର ହେବ ବରମୁଣ୍ଡା ଗାଁ’ ଚୁଆ
/sambad/media/post_attachments/wp-content/uploads/2020/11/d54g9s87g987h98sf798hfshsfsfhsfhshfsfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)