ବିଏମ୍‌ସି ତାଗିଦ୍‌ ମାନିଲେନି, ଉଚ୍ଛେଦ ପରେ ପୁଣି ବସିଲେ

ଭୁବନେଶ୍ବର: ଗତ ସପ୍ତାହରେ ବିଏମ୍‌ସି ସ୍କ୍ବାଡ୍‌ ରାଜମହଲରୁ ଏଜି ଛକ ମଧ୍ୟରେ ଥିବା ସମସ୍ତ ଉଠା ଫଳ ଦୋକାନୀକୁ ଉଠାଇ ଦେଇଥିଲା। ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବ୍ୟବସାୟ କରିବାକୁ କହିଥିଲା। ରାଜମହଲରୁ ଏଜି ଛକ ମଧ୍ୟରେ କୌଣସି ଫଳ ଦୋକାନୀ ବସିବେ ନାହିଁ ବୋଲି ନିୟମ କରିଥିଲା। କିନ୍ତୁ ଅମାନିଆ ଫଳ ବ୍ୟବସାୟୀମାନେ ବିଏମ୍‌ସି ତାଗିଦାକୁ ନମାନି ପୁଣି ଏହି ରାସ୍ତାରେ ଦୋକାନ ଖୋଲିଥିଲେ। ଆଜି ପୂର୍ବାହ୍ନରେ ବିଏମ୍‌ସି ଓ ବିଡିଏ ସ୍କ୍ବାଡ୍‌ ଏହି ଦୋକାନ ସବୁ ଉଠାଇଥିଲେ।

କେତେକ ବ୍ୟବସାୟୀ ଏହାକୁ ବିରୋଧ କରିଥିଲେ ହେଁ ବିଏମ୍‌ସି ଅଧିକାରୀଙ୍କୁ ଡରି ଦୋକାନ ଉଠାଇ ନେଇଥିଲେ। ହେଲେ ବିଏମ୍‌ସି ସ୍କ୍ବାଡ୍‌ ଯିବା ପରେ ପରେ ପୁଣି ଠେଲା ଗାଡ଼ି ଲଗାଇ ବ୍ୟବସାୟ ଆରମ୍ଭ କରି ଦେଇଥିଲେ। ରାସ୍ତା ଉପରେ ଫଳ ଦୋକାନ ଖୋଲିବା ଦ୍ବାରା ସାମାଜିକ ଦୂରତା ରହୁ ନଥିବାରୁ ବିଏମ୍‌ସି ତାଗିଦ୍‌ କରିଥିଲା। ହେଲେ ଫଳ ଦୋକାନୀ ବିଏମ୍‌ସି ନିର୍ଦ୍ଦେଶ ମାନିବାକୁ ନାରାଜ।

ସମ୍ବନ୍ଧିତ ଖବର