ଭୁବନେଶ୍ବର: ଜୁନ୍ ୧ରୁ ଭୁବନେଶ୍ବର ରେଳ ଷ୍ଟେସନ ଦେଇ ୧୦ଟି ଟ୍ରେନ୍ ଚଳାଚଳ କରୁଛି। ଜୁନ୍ ୮ରୁ ଅନ୍ତଃରାଜ୍ୟ ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅଧିକ ଟ୍ରେନ୍ ଚଳାଚଳ କରିବା ଆରମ୍ଭ ହୋଇ ଥିବାରୁ ଯାତ୍ରୀଙ୍କ ଯାଞ୍ଚ ବା ତନଖି ପାଇଁ ବିଏମ୍ସି କର୍ତ୍ତୃପକ୍ଷ ରେଳ ଷ୍ଟେସନକୁ ଟିମ୍ ପଠାଇ ପାରିବେନି ବୋଲି ଜଣାଇଛନ୍ତି। ଗତକାଲି ଠାରୁ ବି ବିଏମ୍ସି ଟିମ୍ ଷ୍ଟେସନକୁ ଆସୁନି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଏବେ ୧୦ଟି ଟ୍ରେନ୍ ଚଳାଚଳ କରୁଥିବା ବେଳେ ଆଗକୁ ଅଧିକ ଟ୍ରେନ୍ ଚଳାଚଳ କରିବ। ତେଣୁ ୨୪ଘଣ୍ଟା ରେଳ ଷ୍ଟେସନେର ଡ୍ୟୁଟି କରିବାକୁ ପଡ଼ିବ। ବିଏମ୍ସି ପକ୍ଷରୁ ଏହା କରିବା ସମ୍ଭବ ନୁହେଁ। ସେହିପରି ସ୍ବାସ୍ଥ୍ୟକର୍ମୀଙ୍କୁ ୨୪ଘଣ୍ଟା ଷ୍ଟେସନରେ ମୁତୟନ କରିବା ସମ୍ଭବ ବି ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି। ତେଣୁ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ ଷ୍ଟେସନରେ ଥର୍ମାଲ୍ ସ୍କ୍ରିନଂ କରିବାକୁ କୁହାଯାଇଛି। ଯେଉଁ ଯାତ୍ରୀ ଷ୍ଟେସନକୁ ଆସୁଛନ୍ତି ଏବଂ ଯେଉଁମାନେ ଟ୍ରେନ୍ରୁ ଓହ୍ଲାଉଛନ୍ତି ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରିବାକୁ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ଅପରପକ୍ଷେ ପୂର୍ବଭଳି ଭୁବନେଶ୍ବର ବିମାନବନ୍ଦରରେ ବିଏମ୍ସି ଟିମ୍ ଆସୁଥିବା ଯାତ୍ରୀଙ୍କର ନାମ ପଞ୍ଜୀକରଣ କରିବା ସହ ଥର୍ମାଲ୍ ସ୍କ୍ରିନିଂ କରିବେ। ଯାତ୍ରୀଙ୍କ ହାତରେ ସଙ୍ଗରୋଧ ଷ୍ଟାମ୍ପ୍ ବି ଲଗାଇବେ। ଆସନ୍ତା ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିଏମ୍ସି ଟିମ୍ ଏହି କାର୍ଯ୍ୟ କରିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/bmc.jpeg)