ଭୁବନେଶ୍ବର: ବିନ୍ଦୁସାଗରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ବିନ୍ଦୁସାଗରକୁ ସେ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ସୁଇସାଇଡ ନୋଟ ଲେଖି ପୋଷ୍ଟ କରିଥିଲେ ଉକ୍ତ ଯୁବକ। ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ ପଢୁଥିଲେ।
ବାପା-ମାଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ଲାଗିଥିବା ବେଳେ ମାଙ୍କ ସହ ଭୁବନେଶ୍ୱରରେ ଏକ ଭଡ଼ାଘରେ ରହୁଥିଲେ। ଘରେ ଆର୍ଥିକ ଅଭାବ କାରଣରୁ ଅନେକ ସମୟରେ ଭଡ଼ାଦେବା ପାଇଁ ସମସ୍ୟା ଉପୁଜୁଥିଲା । ଏପରିକି ଘର ମାଲିକ ଘରୁ ଜିନିଷ ବିକି ଦେବାର ଧମକ ଦେଇଆସୁଥିଲେ। ଏହା ସହ କଲେଜ ଫି ପାଇଁ ମଧ୍ୟ ଚିନ୍ତାରେ ଥିଲେ ଯୁବକ ଜଣକ। ମାନସିକ ଦୁଶ୍ଚିନ୍ତା କାରଣରୁ ସେ ଆତ୍ମହତ୍ୟା କରିଥିବା ନେଇ ଯୁବକଙ୍କ ସର୍ମ୍ପକୀୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dead-new-indian-express-1.jpg)