ନିମାପଡ଼ା କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଆଜି ନିମାପଡ଼ା କେନାଲରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ସେ କାକରଦ୍ରପୁର ଗ୍ରାମର ସ୍ବର୍ଗତ ଗନ୍ଧର୍ଵ ବେହେରାଙ୍କ ପତ୍ନୀ ପାନ ବେହେରା (୯୦) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ପାନ ଘର ପାଖ ନିମାପଡା କେନାଲକୁ ଶୌଚ ଲାଗି ଯାଇଥିଲେ। ହଠାତ ପାଣିରେ ତାଙ୍କ ଗୋଡ଼ ଖସି ଯାଇଥିଲା।ଫଳରେ ବୃଦ୍ଧାଜଣଙ୍କ ଭରା ପାଣି ଥିବାରୁ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ବୃଦ୍ଧାଙ୍କ ପତ୍ତା ମିଳି ନ ଥିଲା। ପରିବାର ତରଫରୁ ବାଲିଅନ୍ତା ଥାନାରେ ଅଭିଯୋଗ ଦିଆ ଯାଇଥିଲା। ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ବି ସନ୍ଧ୍ୟା ସୁଦ୍ଧା ବୃଦ୍ଧାଙ୍କ ସନ୍ଧାନ ମିଳି ନ ଥିଲା। ଆଜି ଅଠାନ୍ତର ବାଲିଘାଟ ନିକଟ କେନାଲରେ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲା। ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି। ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଛନ୍ତି।

ସମ୍ବନ୍ଧିତ ଖବର