ଡାକ୍ତରଙ୍କ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୁଣା ଭୁବନେଶ୍ବର: ଭୀମଟାଙ୍ଗି ତଳ ଫେଜ୍‌ ଅଞ୍ଚଳରେ ଥିବା ଜଣେ ଡାକ୍ତରଙ୍କ ଘରୁ ଆଜି ଜଣେ ନାବାଳିକାଙ୍କ ଝୁଲନ୍ତା ଶବକୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍‌ ଜବତ କରିଛି। ନାବାଳିକାଜଣଙ୍କ ହେଲେ, କାରଗିଲ୍‌ ବସ୍ତି କେଳାସାହିର ମାମାଲି ଜେନା (୧୭)। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଓ ତାଙ୍କ ସାନ ଭଉଣୀ ଉକ୍ତ ଡାକ୍ତରଙ୍କ ଘରେ କାମ କରନ୍ତି। ଆଜି ମାମାଲି କାନ୍ଦି କାନ୍ଦି କାମ କରିବାକୁ ଆସିଥିଲେ। ତେବେ ଡାକ୍ତରଙ୍କ ଘରେ ପହଞ୍ଚିବା ପରେ ସେ ତାଙ୍କ ସାନ ଭଉଣୀକୁ ଘରକୁ ଫେରିଯିବା ପାଇଁ କହିଥିଲେ। ପରେ ସେ ଡାକ୍ତରଙ୍କ ଆଉଟ୍‌-ହାଉସ୍‌ ଘରେ ବେକରେ ଓଢ଼ଣୀ ଦେଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଏ ସଂପର୍କରେ ଖବର ପାଇ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ପୁଲିସ ଘଟଣାସ୍ଥଳରୁ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର