ଘରୋଇ ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ମଣ୍ଡପ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛ। ମୃତକଙ୍କ ନାମ ପ୍ରକାଶ ବଳ। ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାଯାଇଛି। ପ୍ରକାଶ ଉକ୍ତ ମଣ୍ଡପର ଜଣେ କର୍ମଚାରୀ ଥିଲେ। ସେ ପ୍ରାୟ ୫ ବର୍ଷ ହେବ ଏହି ମଣ୍ଡପରେ କାମ କରିଆସୁଥିଲେ।

ସେପଟେ ପ୍ରକାଶଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରକାଶଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି। ଅନ୍ୟପଟେ ମଣ୍ଡପ ମାଲିକଙ୍କ କହିବା ଅନୁଯାୟୀ, ଗତକାଲି ମଣ୍ଡପ ଭିତରର ଏକ ରୁମରୁ ପ୍ରକାଶ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନି। ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିଛି ସମୟ ମଧ୍ୟରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ଜଣାଯାଇଛି।

ଲକଡାଉନ ସମୟରେ ଟଙ୍କା ଅଭାବରୁ ଚାପରେ ଥିଲେ ପ୍ରକାଶ । ଚାପ ସହି ନପାରି ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଶେଷରେ ଆତ୍ମହତ୍ୟା କଲେ। ଏକ ସୁସାଇଡଲ ନୋଟ ଜବତ କରିଛି ପୁଲିସ । ଆର୍ଥିକ ଚାପ ସହିନପାରି ଆତ୍ମହତ୍ୟା କରୁଥିବା ସୁଇସାଇଡାଲ ନୋଟରେ ଲେଖାଯାଇଥିବା ପୁଲିସ ସୂଚନା ଦେଇଛି । ତେବେ ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା କରାଯାଇଥିବା ପ୍ରକାଶଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସୁଇସାଇଡଲ ନୋଟ ପ୍ରକାଶ ନୁହଁ ଆଉ କେହି ଲେଖିଥିବା ପ୍ରକାଶଙ୍କ ଭାଇ କହିଛନ୍ତି। ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ସୁସାଇଡାଲ ନୋଟ ପଠାଇବା ସହ ଅଧିକ ପ୍ରମାଣ ପାଇଁ ମୋବାଇଲକୁ ଫରେନସିକ ବ୍ୟୁରୋକୁ ପଠାଯିବ। ଅନ୍ୟପଟେ ମଣ୍ଡପ ପରିଚାଳକଙ୍କ କହିବା ଅନୁଯାୟୀ ପ୍ରକାଶ ସବୁବେଳେ ମୋବାଇଲରେ ଗେମ ଖେଳୂଥିଲେ। ଅନଲାଇନ ଗେମରେ ଟଙ୍କା ଲଗାଇଥାଇପାରନ୍ତି ବୋଲି ମଣ୍ଡପ ପରିଚାଳକ କହିଛନ୍ତି।

ସମ୍ବନ୍ଧିତ ଖବର