ଭୁବନେଶ୍ବର: ସମାଜସେବୀ ତଥା ଜନନେତା ମୁରଲୀଧର ରଥଙ୍କ କର୍ମମୟ ଜୀବନ ଉପରେ ଲିଖିତ ପୁସ୍ତକ ‘ଜୀବନ ସଉଦା’ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ନିବାସୀ ୯୦ବର୍ଷ ବୟସ୍କ ଶ୍ରୀ ରଥ ସାରା ଜୀବନ ଜନସେବାରେ ନିଜକୁ ଉତ୍ସର୍ଗ କରିବା ସଙ୍ଗେସଙ୍ଗେ ଅନେକ କଲ୍ୟାଣମୂଳକ କାର୍ଯ୍ୟ କରିଛନ୍ତି। ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀ ରଥଙ୍କ ସମେତ ପୁସ୍ତକର ଲେଖକ ତଥା ସାହିତ୍ୟିକ ଜ୍ଞାନରଂଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ରନାଥ ଦାସ, ସାହିତ୍ୟିକ ହେମନ୍ତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp