ଭୁବନେଶ୍ବର: ରାଜଧାନୀ ପୁସ୍ତକ ମେଳା କମିଟି ପକ୍ଷରୁ ୨୦୨୦ , ୨୦୨୧ ଓ ୨୦୨୨ ମସିହା ୩ ବର୍ଷ ପାଇଁ ଓଡ଼ିଆ ସାହିତ୍ୟର ୧୨ଟି ବିଭାଗରେ ‘ରାଜଧାନୀ ପୁସ୍ତକମେଳା ପୁରସ୍କାର’ ଘୋଷଣା କରାଯାଇଛି। ୨୦୨୦ ମସିହା ପାଇଁ ଅଭିଳାଷ ଜେନା, ସଂଯୁକ୍ତା ମହାପାତ୍ର, ଅନୀତା ପଣ୍ଡା, ଅଙ୍ଗୁରବାଳା ପରିଡ଼ା, ବିଦ୍ୟାଧର ଗୁରୁ, ସୁମିତ୍ରା ମିଶ୍ର, ପ୍ରଭାତୀ ମିଶ୍ର, ପ୍ରବାସିନୀ ମହାନ୍ତି, ଅରବିନ୍ଦ ପଟ୍ଟନାୟକ, ବିନ୍ଦୁରେଖା ମହାପାତ୍ର, ସଂଗ୍ରାମ କେଶରୀ ପୃଷ୍ଟି, ଦୀନବଂଧୁ କର ଓ ବ୍ରଜବିହାରୀ ଦାଶ ପୁରସ୍କୃତ ହେବେ।

Advertisment

ସେହିଭଳି ୨୦୨୧ ମସିହା ପାଇଁ ରଂଜନ କୁମାର ଦାସ, ସ୍ନେହସୁଧା ମିଶ୍ର, ରମେଶ ପତି, ଭୁବନେଶ୍ୱରୀ ପଣ୍ଡା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟନାରାୟଣ ମିଶ୍ର, ଅଶୋକ କୁମାର ଆଚାର୍ଯ୍ୟ, ଗାୟତ୍ରୀ ମିଶ୍ର, ପ୍ରମୋଦ କୁମାର ଜେନା, ନଗେନ୍ଦ୍ର ନାଥ ପଟ୍ଟନାୟକ ଓ ବଙ୍କିମ ଚନ୍ଦ୍ର ନାୟକ ପୁରସ୍କାର ଗ୍ରହଣ କରିବେ। ୨୦୨୨ ମସିହା ପାଇଁ ଅଭୟ ନାରାୟଣ ନାୟକ, ହେମନ୍ତ କୁମାର ଘୋଷାଲ, ମିନତି ମିଶ୍ର, ଚନ୍ଦ୍ରକାନ୍ତ ମଲ୍ଲିକ, ବିଜୟିନୀ ତ୍ରିପାଠୀ, ଅୟସ୍‌କାନ୍ତ, ଅନୁରୂପା ସିଂହ, ବିଜୟ ପଟ୍ଟନାୟକ, ଦୁର୍ଗାଚରଣ ମିଶ୍ର, ବେଣୁଧର ସେନାପତି, ରଜନୀ ରଂଜନ, ରାମଚନ୍ଦ୍ର ଦେଓ, ହିମାଂଶୁ ଶେଖର ଫତେସିଂ, ଜ୍ୟୋତିର୍ମୟୀ ମହାନ୍ତି, ଜୟନ୍ତ କୁମାର ଓଝା ଓ ଗୌରହରି ରାଉତ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜୁନ ୨୫ ତାରିଖ ସଂଧ୍ୟା ୬ଟା ସମୟରେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପୁସ୍ତକ ମେଳା କମିଟିର ସଭାପତି ଉପେନ୍ଦ୍ର ଜେନା ସୂଚନା ଦେଇଛନ୍ତି।