‌ଯୋଗ ମୁଦ୍ରାରେ ରାଜଧାନୀ: ‘ଯୋଗ’ ବିଶ୍ୱକୁ ଭାରତର ଗୌରବମୟ ଅବଦାନ: ଏମ୍‌ସ ନିର୍ଦ୍ଦେଶକ

Advertisment
‌ଯୋଗ ମୁଦ୍ରାରେ ରାଜଧାନୀ: ‘ଯୋଗ’ ବିଶ୍ୱକୁ ଭାରତର ଗୌରବମୟ ଅବଦାନ: ଏମ୍‌ସ ନିର୍ଦ୍ଦେଶକ

ଭୁବନେଶ୍ୱର: ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ। ଆଜି ଏମ୍‌ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍‌ସ ନିର୍ଦେଶକ ପ୍ରଫେସର୍‌ ମୁକେଶ ତ୍ରିପାଠୀ। ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍‌ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ ମେଜର୍‌ ଏମ୍‌.ସି ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟର ଯୋଗ ଅଧ୍ୟାପକ ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଡାକ୍ତର, ନର୍ସିଂ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଆୟୁଷ ବିଭାଗର ବରିଷ୍ଠ ଅଧ୍ୟାପକ ଡାକ୍ତର ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ଯୋଗାଭ୍ୟାସ କରାଇଥିଲେ। ଆୟୁଷ (ହୋମିଓପ୍ୟାଥିକ) ଡାକ୍ତର ଶୁଭାଶିଷ ସରକାର ଧନ୍ୟବାଦ ଦେଇଥିଲେ।

ସାଇ ଇଣ୍ଟର୍‌ନ୍ୟାସନାଲ ସ୍କୁଲ

publive-image

ସାଇ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍‌ର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଓ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସ୍କୁଲର ଯୋଗଗୁରୁ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ପ୍ରାଣାୟମ, କପାଳଭାତି, ଅନୁଲୋମବିଲୋମ, ଭ୍ରମରି, ବଜ୍ରାସନ, ପାଦହସ୍ତାସନ, ତଡ଼ାସନ ଆଦି ବିଭିନ୍ନ ଆସନର ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଯୋଗସଭାରେ ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଯୋଗଦେଇ କହିଥିଲେ ଯେ, ଯୋଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ସ୍ମରଣ ଶକ୍ତି, ଧ୍ୟାନ ଶକ୍ତିର ବୃଦ୍ଧି ଘଟିଥାଏ। ଯୋଗ ଶରୀର, ମନ ଓ ଆତ୍ମାକୁ ସୁସ୍ଥ ରଖିବାର ସର୍ବୋତ୍ତମ ଶୈଳୀ। ଏହି ଅବସରରେ ସ୍କୁଲର ବରିଷ୍ଠ ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ, ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲର ହେଡମାଷ୍ଟର ଅମିତାଭ୍ ଅଗ୍ନିହୋତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଦୟାନଦୀ ପଠାରେ ଯୋଗ ଶିବର

ଧଉଳି: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦୟାନଦୀ ବଞ୍ଚାଅ ଅଭିଯାନ ଯୁବ ସଂଗଠନ ପକ୍ଷରୁ ଆଜି ଲିଙ୍ଗିପୁରସ୍ଥିତ ଦୟାନଦୀ ପଠା ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୋଗଗୁରୁ ନବ କିଶୋର ବାରିକ ୩୦ଜଣ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ଯୋଗ ସଂପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ପ୍ରଦୀପ୍ତ କୁମାର ଜେନା,ଅରୁଣ ପୁରୋହିତ,ପ୍ରଦ୍ୟୁମ୍ନ ଜେନା,ସନ୍ତୋଷ ସ୍ବାଇଁ, ଭାଗବତ ସାହୁ, ପ୍ରକାଶ ମହାନ୍ତି, ମହେଶ ମିଶ୍ର, ଚିରଞ୍ଜୀବୀ ମିଶ୍ର, ମହେଶ ମିଶ୍ର, ବିଜୟ ସ୍ବାଇଁ, ଜିତେନ୍ଦ୍ର ଜେନା, ଶରତ ରାୟ, ଲିଟନ ଦିଗଲ, ପୁଷ୍ପଲତା ଜେନା, ତପନ ବାରିକ ପ୍ରମୁଖ ଯୋଗାଗ୍ୟାସ କରିଥିଲେ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଏସ୍‌ଏଫ୍‌ ପକ୍ଷରୁ ଯୋଗାଭ୍ୟାସ

publive-image

ଡିଏଭି ପୋଖରୀପୁଟ

ଡିଏଭି ପୋଖରୀପୁଟ ପକ୍ଷରୁ ବିଦ୍ୟାଳୟ ପରିସରରେ ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା କହିଲେ, ଶରୀର ସୁସ୍ଥ ଓ ନିରୋଗ ରଖିବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣି ମାନସିକ ଚାପମୁକ୍ତ କରିବା ପାଇଁ ଯୋଗର ଆବଶ୍ୟକତା ରହିଛି। ବିଦ୍ୟାଳୟର ଯୋଗ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ତ୍ରିପାଠୀ ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଯୋଗ, ଆସନ, ପ୍ରାଣାୟାମ ଅଭ୍ୟାସ କରାଇଥିଲେ। ଏହି ଅବସରରେ ବକ୍ତୃତା, ଯୋଗାସାନ, କୁଇଜ, ପୋଷ୍ଟର ମେକିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe