ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀ

ବର୍ଷ ଆରମ୍ଭରୁ ଲୁଟିନେଲେ କୋଟିଏ ୮୭ଲକ୍ଷ

ଭୁବନେଶ୍ବର: ୨୦୨୩ ବର୍ଷ ଆରମ୍ଭରୁ ମାସକ ମଧ୍ୟରେ ସାଇବର ଲୁଟେରା ରାଜଧାନୀବାସୀଙ୍କୁ ୧କୋଟି ୮୭ଲକ୍ଷ ୫୦ ହଜାର ଟଙ୍କା ଚୂନ ଲଗାଇଛନ୍ତି। ଗତ ମାସରେ ରାଜଧାନୀରେ ମୋଟ ୪୦୩ଟି ଅଭିଯୋଗ ହୋଇଛି। ସର୍ବାଧିକ ୧୯୪ଟି ୟୁପିଆଇ ଜନିତ ଠକେଇ, ୧୧୩ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୪୧ଟି ସାମାଜିକ ଗଣମାଧ୍ୟମ ଜନିତ ଏବଂ ୫୫ଟି ଅନ୍‌ଲାଇନ୍‌ ଠକେଇ ଜନିତ ଅଭିଯୋଗ ରହିଛି।

କିନ୍ତୁ ସାଇବର୍‌ ଥାନା ମାତ୍ର ୧୩ଟି ମାମଲା ରୁଜୁ କରିଛି। ତେବେ ପୁଲିସ ଠକଙ୍କ କବଳରୁ ୭ଲକ୍ଷ ୪୧ହଜାର ୯୩୪ଟଙ୍କା ଫେରସ୍ତ କରି ଠକେଇର ଶିକାର ହୋଇଥିବା ଲୋକଙ୍କୁ ପ୍ରଦାନ କରିଥିବା ବେଳେ ୧୯ଲକ୍ଷ ୫୦ହଜାର ୮୬ଟଙ୍କା ବ୍ଲକ୍‌ କରାଯାଇଛି।

ସମ୍ବନ୍ଧିତ ଖବର