ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀ, ମାସକରେ ଲୁଟିନେଲେ କୋଟିଏ

ଭୁବନେଶ୍ବର: ମାସକରେ ଖାଲି ରାଜଧାନୀରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ସାଇବର୍‌ ଠକ। ଗତ ମାସରେ ରାଜ୍ୟରେ ମୋଟ ୩୬୫ଟି ଅଭିଯୋଗ ଆସିଥିବା ବେଳେ ଏଥିରେ ରାଜଧାନୀର ୩୪୦ଟି ରହିଛି। ସର୍ବାଧିକ ୧୩୧ଟି ୟୁପିଆଇଜନିତ ଠକେଇ, ୭୮ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଏବଂ ୬୭ଟି ଅନ୍‌ଲାଇନ୍‌ ଠକେଇ ଜନିତ ଅଭିଯୋଗ ରହିଛି। କିନ୍ତୁ ସାଇବର୍‌ ଥାନା ମାତ୍ର ୭ଟି ମାମଲା ରୁଜୁ କରିଛି।

ସେହିପରି ଠକେଇର ପରିମାଣ ୧ କୋଟି ୧୭ଲକ୍ଷ ୯୧ହଜାର ଟଙ୍କା ରହିଥିବା ଜଣାଯାଇଛି। ତେବେ ପୁଲିସ୍‌ ଠକଙ୍କ କବଳରୁ ୨୦ଲକ୍ଷ ୮୫ହଜାର ୬୭୫ଟଙ୍କା ଫେରସ୍ତ ଆଣିବା ବ୍ୟତୀତ ଅନ୍ୟ କିଛି ସଫଳତା ହାସଲ କରିପାରିନାହିଁ। ଠକେଇର ଶିକାର ହୋଇଥିବା ଲୋକଙ୍କୁ ୧୦ ଲକ୍ଷ ୯୭ହଜାର ୪୬୬ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୯ଲକ୍ଷ ୮୮ହଜାର ୨୦୯ ଟଙ୍କା ବ୍ଲକ୍‌ କରାଯାଇଛି।

ସମ୍ବନ୍ଧିତ ଖବର