ଭୁବନେଶ୍ବର ଫ୍ଲୋରିଷ୍ଟ ସଂଘ ସଭାପତିଙ୍କ ଅକାଳ ବିୟୋଗ, ବନ୍ଦ ରହିଲା ରାଜଧାନୀର ଫୁଲ ଦୋକାନ

ଭୁବନେଶ୍ବର: ଭୁବନେଶ୍ବର ଫ୍ଲୋରିଷ୍ଟ୍ ଆସୋସିଏସନ ସଭାପତି ପଦ୍ମ କୁମାର ଅଗ୍ରୱାଲଙ୍କର ୫୮ ବର୍ଷ ବୟସରେ ହୃଦ୍‌ଘାତରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଆଜି ସଂଘ ପକ୍ଷରୁ ଶୋକ ପ୍ରକାଶ ସହ ରାଜଧାନୀର ସମସ୍ତ ଫୁଲ ଦୋକାନ ବନ୍ଦ ରହିଥିଲା। ଶ୍ରୀ ଅଗ୍ରୱାଲ ୨୦୦୦ ମସିହାରୁ ଏଯାବତ ସଂଘର ଫୁଲ ବ୍ୟବସାୟୀମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ କରି ଆସୁଥିଲେ। ତାଙ୍କ ବିୟୋଗରେ ସଂଘର କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ରଣା, ସମ୍ପାଦକ ବିଭୂତି ଭୂଷଣ ସ୍ବାଇଁ, ଦିଲ୍ଲୀପ ବିଶ୍ବାଳ, ଚନ୍ଦ୍ରକାନ୍ତ ବିଶ୍ବାଳ, ସରୋଜ ତ୍ରିପାଠୀ, ନଟବର ବଳ, ଦେବୀଦତ୍ତ ନାୟକ, ସୁବାସ ଜେନା, ଅଭୟ ସ୍ବାଇଁ, ଦୀପୁ ବୋଷ, ଏମ୍‌ ସମର୍ଥା, ଶିବଚରଣ ସାହୁ, ପ୍ରଦୀପ ଜେନା, ଗଣେଶ ଦାସ, ରଂଜନ ନାୟକ, ହୃଦାନନ୍ଦ ସାହୁ, ଫିରୋଜ ଶାନ୍‌, ଦିଲ୍ଲୀପ ସାହୁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର