ଏମିତି ଆମ ପୂଜ୍ୟପୂଜା! ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତିରେ ସିଗାରେଟ୍‌ ଚେଙ୍କ

ଭିଡିଓ ଭାଇରାଲ ପରେ ଥାନାରେ ମାମଲା

ବାଲିପାଟଣା: ମହାମାରୀ କରୋନା ସଂକଟ ବେଳେ ସମାଜରେ ମଣିଷପଣିଆ ମରି ଯାଉଥିବାର ଦୃଶ୍ୟ ଲୋକଙ୍କୁ ବ୍ୟଥିତ କରୁଛି। ଏଭଳି ସମୟରେ ଜଣେ ପୂଜ୍ୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମୁହଁରେ ସିଗାରେଟ୍‌ ଚେଙ୍କ ଦେବା ଭଳି ଅଘଟଣ ଆଜି ବାଲିପାଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତିରେ ସିଗାରେଟ୍‌ ଚେଙ୍କ ଦେଉଥିବାର ଭିଡିଓକୁ ନିନ୍ଦା କରାଯାଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି ଓ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଇଛି।

ସୂଚନା ଅନୁସାରେ କୁରୁଞ୍ଜିପୁର ପଞ୍ଚାୟତ ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୬୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ରାଜ୍ୟର ପ୍ରଥମ ଇଞ୍ଜିନିୟର ସ୍ବର୍ଗତ ଭୁବନାନନ୍ଦ ଦାସଙ୍କ ପିତା ରାମଚନ୍ଦ୍ର ଦାସ ସେତେବେଳେ ଜମି ଦାନ କରିବା ସହ ଏହି ସ୍କୁଲ ପ୍ରତିଷ୍ଠା କରିଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍କୁଲ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ଭାଇରାଲ୍ ହୋଇଥିବା ଭିଡିଓ ଅନୁସାରେ ଜଣେ ଯୁବକ ନିଜେ ସିଗାରେଟ୍‌ ଟାଣିବା ସହ ଉକ୍ତ ଜଳନ୍ତା ସିଗା‌ରେଟ୍‌କୁ ପ୍ରତିମୂର୍ତ୍ତି ମୁହଁରେ ମାଡ଼ି ଦେଉଛି। ଯୁବକ ଜଣକ ବନମାଳୀପୁର ଅଞ୍ଚଳର ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର