ଭୁବନେଶ୍ୱର: ପ୍ରଭାତ ରଞ୍ଜନ ସରକାର୍ ଓରଫ୍ ଶ୍ରୀଶ୍ରୀ ଆନନ୍ଦମୂର୍ତ୍ତିଙ୍କ ଜନ୍ମ ଶତବାର୍ଷିକୀ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଆନନ୍ଦମାର୍ଗର କେନ୍ଦ୍ରୀୟ ପ୍ରଶିକ୍ଷଣ ସଚିବ ଆଚାର୍ଯ୍ୟ ବିକାଶନନ୍ଦ ଅବଧୂତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିୱାଇଏସ୍ଡିର ପ୍ରତିଷ୍ଠାତା ଜଗଦାନନ୍ଦ, ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ପ୍ରାଧ୍ୟାପକ ପ୍ରଫେସର୍ ଆଦିତ୍ୟ କୁମାର ମହାନ୍ତି ମୁଖ୍ୟବକ୍ତା, ଆନନ୍ଦମାର୍ଗ କେନ୍ଦ୍ରୀୟ ଶିକ୍ଷା ସଚିବ ଆଚାର୍ଯ୍ୟ ସର୍ବେଶ୍ବରାନନ୍ଦ ଅବଧୂତ ସମ୍ମାନିତ ଅତିଥି, ଆନନ୍ଦମାର୍ଗର କେନ୍ଦ୍ରୀୟ ରିଲିଫ୍ ସଚିବ ଆଚାର୍ଯ୍ୟ ପ୍ରିୟକୃଷ୍ଣାନନ୍ଦ ଅବଧୂତ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଅନୁଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଥିବା ବେଳେ ଆନନ୍ଦମାର୍ଗର ଦର୍ଶନ ଓ କାର୍ଯ୍ୟାବଳୀ ସମ୍ବଳିତ ଏକ ଚିନ୍ତନ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ। ଆନନ୍ଦମାର୍ଗ ରାଜ୍ୟ ଶାଖାର ସଭାପତି କୈଳାସ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ। ଶେଷରେ ରାୱା ଏକାଡେମିର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/43-6.jpg)