କୃଷି ବିଲ୍‌ ପ୍ରସଙ୍ଗରେ କୃଷକଙ୍କ ନିକଟରେ ପହଞ୍ଚିଲା କେନ୍ଦ୍ର, ହିତାଧିକାରୀଙ୍କ ସହ କଥା ହେଲେ ରାଜନାଥ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ବିଲ୍‌ ସଂସଦରେ ଗୃହୀତ ହେବାପରେ ଏହାକୁ ରାଷ୍ଟ୍ରପତି ସ୍ବିକୃତୀ ପ୍ରଦାନ କରିଛନ୍ତି ଏବଂ ଏହା ଆଇନରେ ପରିଣତ ହୋଇଛି। ତେବେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହାକୁ କଳା ଆଇନ ବୋଲି କହିଛି। ଅନ୍ୟାନ୍ୟ ବିରୋଧୀ ଦଳ ମଧ୍ୟ ଏହି ନୂଆ କୃଷି ବିଲ୍‌ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। କୃଷକମାନେ ସରକାରଙ୍କ ଦ୍ବାରା ଅଣାଯାଇଥିବା ନୂଆ କୃଷି ବିଲ୍‌କୁ ବିରୋଧ କରି ଦେଶରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ। ତେବେ ଅନୁମୋଦିତ ହୋଇଥିବା ଏହି କୃଷି ବିଲ୍ ପ୍ରସଙ୍ଗରେ ବୁଝାଇବାପାଇଁ ଆଜି କେନ୍ଦ୍ର ସରକାର ହିତାଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କୃଷି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ, କୃଷକ ଐବହ କୃଷି ଉଦ୍ୟୋଗର ନେତାଙ୍କୁ ସାକ୍ଷାତ କରିଛନ୍ତି। ସମସ୍ତେ ଏହି ନୂଆ ଆଇନକୁ ପ୍ରଶଂସା କରିଛନ୍ତି। ରାଜନାଥଙ୍କ ସହ ଆଜି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ କୃଷକମାନଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ଆଗକୁ ଏଭଳି କାର୍ଯ୍ୟକ୍ରମ ବ୍ୟାପକ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର