ଭୁବନେଶ୍ବର: ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଦର ଟେରେସାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସତ୍ୟନଗର ଚର୍ଚ୍ଚର ଫାଦରଙ୍କ ସମେତ ଅନ୍ୟ ସଦସ୍ୟମାନେ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ଚର୍ଚ୍ଚ ପରିସରରେ ବାଇବେଲ୍ ପାଠ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ହାତରେ ମଦର ଟେରେସାଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଥିବାରୁ ଏହା ଏକ ଗୌରବର ବିଷୟ ବୋଲି ଚର୍ଚ୍ଚର ଫାଦର କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp