ଭୁବନେଶ୍ବର: ବାପୁଜୀ ବିଶ୍ବବନ୍ଦନ ପିଲା ଦିେନ ଲେଖିଥିବା କେତୋଟି ଗପର ଏକ ଇଂରାଜୀ ଅନୁବାଦ ସଂକଳନ ‘ଦ କ୍ଲେଭର୍ ପ୍ରିନ୍ସ ଆଣ୍ଡ ଅଦର୍ ଷ୍ଟୋରିଜ୍’କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଆଜି ଉନ୍ମୋଚନ କରିଛନ୍ତି। ବହିଟିକୁ ପ୍ରକାଶ କରିଛନ୍ତି ବାପୁଜୀଙ୍କ ପିତା ଅଧ୍ୟାପକ ବିଶ୍ବରଂଜନ। ଓଡ଼ିଆରୁ ଏହାକୁ ଇଂରାଜୀରେ ଅନୁବାଦ କରିଛନ୍ତି ଅଧ୍ୟାପକ ସୌରଭ ରାଉତ। ବାପୁଜୀ ସଂପ୍ରତି କାନାଡ଼ାସ୍ଥିତ ଟରଣ୍ଟୋରେ ରହୁଛନ୍ତି।
ଟରଣ୍ଟୋ ବିଶ୍ବବିଦ୍ୟାଳୟରୁ ବହୁଭାଷୀ ଶିକ୍ଷା ସଂପର୍କରେ ଗବେଷଣା କରି ଡକ୍ଟରେଟ୍ ଡିଗ୍ରି ହାସଲ କରିଛନ୍ତି। ଏହି ଅବସରରେ ଅଧ୍ୟାପକ ବିଶ୍ବରଂଜନ ନିଜର ଏକ ଇଂରାଜୀ ପ୍ରବନ୍ଧ ସଂକଳନ ‘ମୁଡ୍ସ୍ ମୋମେଣ୍ଟସ୍ ଆଣ୍ଡ ମ୍ୟୁଜିଙ୍ଗସ୍’ ରାଜ୍ୟପାଳଙ୍କୁ ଉପହାର ଦେଇଥିଲେ।