ବିଏମ୍‌ସି ନୂଆ କୋଠା ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କମିସନର

ମାସେ ଭିତରେ ସରିବ କନ୍‌ଫରେନ୍ସ ହଲ୍‌

ଭୁବନେଶ୍ବର: ସତ୍ୟନଗରରେ ବିଏମ୍‌ସି ନୂଆ କୋଠା କାର୍ଯ୍ୟକ୍ଷମକୁ ନେଇ ତତ୍ପର ହୋଇଛି ବିଏମ୍‌ସି। ଏହାର କନ୍‌ଫରେନ୍ସ ହଲ୍‌ ଇଣ୍ଟେରିୟର କାମ ବିଳମ୍ବ ହେଉଥିବାରୁ କୋଠା ଉଦ୍‌ଘାଟନ ହୋଇ ପାରୁନାହିଁ। ଏଣୁ ଆଜି ବିଏମ୍‌ସି କମିସନର୍‌ ସଞ୍ଜୟ ସିଂହ ଘଟଣାସ୍ଥଳ ବୁଲି ଦେଖିବା ସହ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ମାସେ ଭିତରେ ଏହି ଇଣ୍ଟେରିୟର୍‌ କାମ ସାରିବା ପାଇଁ ସେ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେବା ସହ ଆଉ କେଉଁଠି କାମ ବାକି ରହିଯାଇଛି, ତାହାର ବିବରଣୀ ଦେବାକୁ କହିଛନ୍ତି।

ପୂର୍ବାହ୍ନରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଜିଏମ୍‌ କମଲଜିତ୍‌ ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସେ ଏହି ନିର୍ମାଣାଧୀନ କୋଠାରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ଏକ ଘଣ୍ଟା କାଳ ସେ ବିଭିନ୍ନ ଜାଗା ବୁଲି ଅଗ୍ରଗତି ଅନୁଧ୍ୟାନ କରିଥିଲେ। ମାସେ ମଧ୍ୟରେ ଏହି କାମ ସରିବା ପରେ ଏହା ଉଦ୍‌ଘାଟନ ହେବ। ବିଏମ୍‌ସି, ବିଏସ୍‌ସିଏଲ୍‌ ସହ ଅନ୍ୟ କାର୍ଯ୍ୟାଳୟଗୁଡ଼ିକ ଏଠାକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର