ମଞ୍ଚେଶ୍ବରରେ କମନ୍ ଫ୍ୟାସିଲିଟି ସେଣ୍ଟର୍ ଉଦ୍‌ଘାଟିତ: ବିଶ୍ବସ୍ତରୀୟ ପରୀକ୍ଷାଗାର, ଗବେଷଣା ଓ ପ୍ରଶିକ୍ଷଣ ବ୍ୟବସ୍ଥା

ଭୁବନେଶ୍ବର: ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଫାର୍ମାସ୍ୟୁଟିକାଲ୍ କ୍ଲଷ୍ଟର୍‌ର କମନ୍ ଫ୍ୟାସିଲିଟି ସେଣ୍ଟର୍ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ସ୍ବତନ୍ତ୍ର ଅତିଥି ଭାବେ ଓଡ଼ିଶା ଏମ୍‌ଏସ୍‌ଏମଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଫାର୍ମାସ୍ୟୁଟିକାଲ୍ କ୍ଲଷ୍ଟରରେ ବିଶ୍ବସ୍ତରୀୟ ପରୀକ୍ଷାଗାର, ଗବେଷଣା ଓ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି। ଯାହାଦ୍ବାରା ରାଜ୍ୟ ଭିତରେ ଥିବା ଫାର୍ମାସ୍ୟୁଟିକାଲ୍ ୟୁନିଟ୍‌ଗୁଡ଼ିକୁ ରାଜ୍ୟ ବାହାରେ ପରୀକ୍ଷା କରାଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଆଇସିର ଡିଜିଏମ୍ ଅନୁପମ୍ ଗାଏନ୍, ଏମ୍‌ଏସ୍‌ଏମ୍‌ଇର ସହକାରୀ ନିର୍ଦ୍ଦେଶକ ଡିସି ମିଶ୍ର, ଓଏସ୍‌ଏମ୍‌ଇର ସଂପାଦକ ସ୍ବସ୍ତିକ ସ୍ବାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର