ଭୁବନେଶ୍ୱର: ସମାଜର ତଳ ସ୍ତରରେ ଥିବା ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମବାୟକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ। ଆଗକୁ ପ୍ରାଥମିକ ମତ୍ସ୍ୟ ଓ ଦୁଗ୍ଧ ସମବାୟ ସମିତି ଗଠନ କରିବା ପାଇଁ ଲକ୍ଷ୍ୟ ରହିଛି। ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ପକ୍ଷରୁ ବୁଦ୍ଧ ମନ୍ଦିରରେ ଆୟୋଜିତ ଆନ୍ତର୍ଜାତିକ ସମବାୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଏଥିସହିତ ୨୦୩୬ ସୁଦ୍ଧା ସମସ୍ତ କୃଷକ ପରିବାରକୁ ସମବାୟ ଅନୁଷ୍ଠାନରେ ସାମିଲ କରାଯିବ। ସମବାୟ ଅନୁଷ୍ଠାନକୁ ‘ଵାନ ଷ୍ଟପ୍ ସପ୍’ରେ ପରିଣତ କରି ଗ୍ରାମୀଣ ଜୀବନକୁ ସମୃଦ୍ଧ କରାଯିବ। ୨୦୨୬ ସୁଦ୍ଧା ପ୍ରତ୍ୟେକ ପଞ୍ଚାୟତରେ ପ୍ୟାକ୍ସ ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ ଯୋଗଦେଇ ତୃଣମୂଳସ୍ତରରେ ସମବାୟ ସଂସ୍ଥାକୁ ସଶକ୍ତ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମବାୟ ସମିତିର ମହାସମୀକ୍ଷକ ସନ୍ତୋଷ କୁମାର ନାୟକ, ବିଶିଷ୍ଟ ସମବାୟବିତ୍ ଯଜ୍ଞେଶ୍ୱର ବାବୁ ଯୋଗଦେଇ ସମବାୟ ସମିତିର ଗଠନ, ନୀତି ଓ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସମବାୟ ସମାଚାର’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏଥିସହିତ ବିଭିନ୍ନ ସମବାୟ ସମିତି, କୃଷି ଉତ୍ପାଦନ, ସମବାୟ ମାଧ୍ୟମରେ ମିଳୁଥିବା ସୁବିଧା ସମ୍ୱଳିତ ଏକ ସୂଚନା ପୁସ୍ତିକା ‘ଆମ ସମବାୟ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମବାୟ ୟୁନିୟନର ସଭାପତି ପ୍ରବାସିନୀ ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲା ବେଳେ ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ। ଉପସମ୍ପାଦିକା ସରୋଜିନୀ ଜେନା ଧନ୍ୟବାଦ ଦେଇଥିଲେ।
ସମବାୟକୁ ‘ଵାନ ଷ୍ଟପ୍ ସପ୍’ରେ ପରିଣତ କରାଯିବ
ସମାଜର ତଳ ସ୍ତରରେ ଥିବା ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମବାୟକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ। ଆଗକୁ ପ୍ରାଥମିକ ମତ୍ସ୍ୟ ଓ ଦୁଗ୍ଧ ସମବାୟ ସମିତି ଗଠନ କରିବା ପାଇଁ ଲକ୍ଷ୍ୟ ରହିଛି।
/sambad/media/media_files/2025/07/06/lkjhgfdsa-2025-07-06-06-52-34.jpg)