ଜୋରଦାର୍‌ ହେବ କରୋନା ପରୀକ୍ଷା: ଆଜିଠୁ ୩୬ ସ୍ଥାନରେ ପରୀକ୍ଷା, ୫ଦିନରେ ୯୩୬୪ ପରୀକ୍ଷା, ୧୬୩୯ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍‌ସି ପକ୍ଷରୁ କରୋନା ପରୀକ୍ଷା କେନ୍ଦ୍ର ବଢ଼ାଇ ଦିଆଯାଇଛି। ରବିବାର ଠାରୁ ୩୬ଟି କେନ୍ଦ୍ରରେ ‌କୋଭିଡ୍‌ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ କ୍ୟାପିଟାଲ ହସ୍ପିଟାଲ ଓ ୟୁନିଟ-୪ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଆର୍‌ଟିପିସିଆର୍ ଟେଷ୍ଟ ହେବାକୁ ଥିବାବେଳେ ୨୪ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଆଣ୍ଟିଜେନ୍ ଟେଷ୍ଟ ହେବ। ଏହାବାଦ୍ ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌, ଆଇଏନ୍‌ ଡିଏନ୍‌ଏ, ଜେନେକ୍ସ, ହାଇଟେକ୍, କିମ୍‌ସ, ଇଷ୍ଟକୋଷ୍ଟ ହସ୍ପିଟାଲରେ ଆର୍‌ଟିପିସିଆର୍ ଓ ଆଣ୍ଟିଜେନ୍ ଟେଷ୍ଟ ହେବ। ଆପୋଲୋରେ କେବଳ ଆର୍‌ଟିପିସିଆର୍ ଟେଷ୍ଟ ହେବାକୁ ଥିବାବେଳେ ଶ୍ରୀ ହସ୍ପିଟାଲ ଓ କେୟାରରେ ଆଣ୍ଟିଜେନ୍ ଟେଷ୍ଟ, ଆମ୍ରିରେ ଟ୍ରୁ-ନାଟ୍ ଟେଷ୍ଟ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଘରୋଇ ହସ୍ପିଟାଲରେ ଆବଶ୍ୟକୀୟ ଫି’ ଦେଇ ଲୋକ କୋଭିଡ ପରୀକ୍ଷା କରିପାରିବେ।

ଅପରପକ୍ଷେ ରାଜଧାନୀରେ ଗତ ୫ଦିନରେ (୧୬ ତାରିଖ ସୁଦ୍ଧା) ୯୩୬୪ ଜଣଙ୍କର‌ କୋଭିଡ ପରୀକ୍ଷା ହୋଇଥିବାବେଳେ ୧୬୩୯ଜଣଙ୍କର ପଜିଟିଭ୍ ବାହାରିଛି। ୧୨ ତାରିଖରେ ୧୫୦୬, ୧୩ରେ ୧୮୦୩, ୧୪ରେ ୧୫୦୦, ୧୫ରେ ୨୨୫୫, ୧୬ରେ ୨୩୦୦ ଜଣଙ୍କର କୋଭିଡ ପରୀକ୍ଷା ହୋଇଛି। ଏଥିରେ ୧୩ ତାରିଖରେ ୧୯୧ଜଣ, ୧୪ରେ ୩୦୭, ୧୫ରେ ୩୭୯, ୧୬ରେ ୩୧୧ ଓ ୧୭ରେ ୪୫୧ ଜଣଙ୍କର କୋଭିଡ ପଜିଟିଭ୍ ବାହାରିଛି।

ସମ୍ବନ୍ଧିତ ଖବର