ଭୁବନେଶ୍ୱର: ବିଏମ‌୍‌ସି ମୁଖ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ୩୭ ନମ୍ବର ବିଜେପି କର୍ପୋରେଟର ବନ୍ଦିତା ପାଲ ରାତି ୩ଟାରେ ଧରଣାରୁ ଉଠିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ବିଜେପି ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ଦଳର ବରିଷ୍ଠ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଓ ଅନ୍ୟମାନଙ୍କୁ ପଠାଇ ବୁଝାସୁଝା କରି ଆଲୋଚନା ପାଇଁ ଡାକିବାରୁ ସେ ଧାରଣାରୁ ଉଠିଥିବା କହିଛନ୍ତି। ଶ୍ରୀମତୀ ପାଲ କହିଛନ୍ତି, ୩୭ ନମ୍ବର ୱାର୍ଡରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନି।

Advertisment

ୱାର୍ଡ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଗୋଷ୍ଠୀ କାର୍ଯ୍ୟାଳୟ, ବରିଷ୍ଠ ନାଗରିକ ଗୃହ, ରାସ୍ତାଘାଟ, ପାଣି ସବୁ କ୍ଷେତ୍ରରେ ଅଣଦେଖା କରାଯାଉଛି। ସବୁଥର କର୍ପୋରେସନ୍‌ ବୈଠକରେ ଏ ପ୍ରସଙ୍ଗ ଉଠାଇଲେ, ଟଙ୍କା ନାହିଁ କହି ଟାଳି ଦିଆଯାଉଛି। ଏହାର ପ୍ରତିବାଦରେ ସେ ଧାରଣା ଦେଇଥିଲେ। ଗତକାଲି ରାତି ୩ଟାରେ ବିଜେପି ବରିଷ୍ଠ ନେତା ଶ୍ରୀ ପ୍ରଧାନ ଓ ଶ୍ରୀ ମହାନ୍ତି ପହଞ୍ଚି ଅସୁବିଧା ବୁଝିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଡାକିଥି‌େଲ। ଏଣୁ ସେ ଧାରଣାରୁ ଉଠିଥିଲେ। କିନ୍ତୁ ଆଜି ହଠାତ୍‌ ମୁଖ୍ୟମନ୍ତ୍ରୀ ଜରୁରୀ କାମରେ ଦିଲ୍ଲୀ ଯିବାରୁ ବୈଠକ ହୋଇପାରିନି। ଦୁଇଦିନ ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କରି କୁହାଯାଇଛି।