ବାଲିଅନ୍ତା: ସ୍ଥାନୀୟ ଭିଙ୍ଗାରପୁର ପଞ୍ଚାୟତରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନରକୋଳିଆ ପୋଖରୀ ନିକଟରେ ରହୁଥିବା ଏକ ଦମ୍ପତିଙ୍କୁ ଘର ବାହାରପଟୁ ତାଲା ପକାଇ ଦୁର୍ବୃତ୍ତ ୨୮ଟି ଛେଳି ନେଇଯାଇଛନ୍ତି। ଆଜି ସକାଳେ ଏହି ଦମ୍ପତି କବାଟ ଖୋଲିବା ପାଇଁ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଝଞ୍ଜିର ଖୋଲିବା ପରେ ଛେଳି ଚୋରି ଯାଇଥିବା ଜାଣିବାକୁ ପାଇଥିଲେ। ଛେଳି ଚୋରି ସଂପର୍କରେ ବାପିନା ଭୋଇ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଏହା ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବାପିନା ଓ ତାଙ୍କ ପତ୍ନୀ ଉକ୍ତ ପୋଖରୀ ହୁଡ଼ାରେ ରହନ୍ତି। ଗତକାଲି ବିଳମ୍ବିତ ରାତିରେ ସ୍ବାମୀ-ସ୍ତ୍ରୀ ଶୋଇପଡ଼ିବା ପରେ ଦୁର୍ବୃତ୍ତ ତାଙ୍କୁ ବାହାରପଟୁ ତାଲା ପକାଇ ଟାଟା ଏସ୍ ଗାଡ଼ିରେ ଛେଳି ନେଇ ଯାଇଥିଲେ।
ଦମ୍ପତିଙ୍କୁ ତାଲା ପକାଇ ନେଇଗଲେ ୨୮ ଛେଳି
/sambad/media/post_attachments/wp-content/uploads/2020/10/goat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)