ଭୁବନେଶ୍ୱର : ଇନ୍ଷ୍ଟାଗ୍ରାମ, ଫେସବୁକ୍ଠାରୁ ଆରମ୍ଭ କରି ବର୍ତ୍ତମାନ ସମସ୍ତ ସାମାଜିକ ଗଣମାଧ୍ୟମରେ ‘ଲାବୁବୁ ଡଲ୍’ର କ୍ରେଜ୍ ବଢ଼ିବାରେ ଲାଗିଛି। ଗ୍ଲୋବାଲ ଷ୍ଟାର୍ ରିହାନା, ଦୁଆ ଲିପାଙ୍କ ଠାରୁ ଆରମ୍ଭ କରି ବହୁ ସିନେ ତାରକା ଓ ୟୁଟ୍ୟୁବର୍ ବର୍ତ୍ତମାନ ଏହାକୁ କିଣି ନିଜ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ଏହାର ଲୋକପ୍ରିୟତା ତଥା ପ୍ରସାର ଦେଖି ରାଜଧାନୀର ବହୁ ଯୁବପିଢ଼ି ଏହା ପ୍ରେମରେ ପଡ଼ିଗଲେଣି। ଏହି ଡଲ୍ଗୁଡ଼ିକ ଖେଳନା ଷ୍ଟୋର୍ରେ ଉପଲବ୍ଧ ନଥିବାରୁ ଅନଲାଇନ୍ରେ ଏହାର ବହୁଳ ବିକ୍ରି ହେଉଛି।
ଏହି ଡଲ୍ର ଏକ ଆକର୍ଷଣୀୟ ଇତିହାସ ମଧ୍ୟ ରହିଛି। ୨୦୧୫ ମସିହାରେ ପ୍ରଥମ ଥର ପାଇଁ ହଂକଂ ଆର୍ଟିଷ୍ଟ କ୍ୟାସିଙ୍ଗ ଲଙ୍ଗସ୍ଙ୍କ ଚିତ୍ରିତ ପୁସ୍ତକ ‘ମନଷ୍ଟର ସିରିଜ୍’ରେ ଏହା ପ୍ରଦର୍ଶିତ ହୋଇଥିଲା। ସେତେବେଳେ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରିଥିଲେ। ହେଲେ ୨୦୧୯ ମସିହାରେ ଚାଇନିଜ୍ ଖେଳନା କମ୍ପାନି ‘ପପ୍ ମାର୍ଟ’ର ଏହାର ଉତ୍ପାଦନ ଆରମ୍ଭ କରିବା ପରେ ଏହାର ବିକ୍ରି ବଢ଼ିଥିଲା। ଯୁବତୀମାନେ ଏହାକୁ ଅଧିକ କିଣୁଥିଲା ବେଳେ ଚାବି ରିଙ୍ଗ୍ କିମ୍ବା ବ୍ୟାଗ୍ରେ ଝୁଲାଇବା ପାଇଁ ଅଧିକ ବ୍ୟବହାର ହୋଇ ଆସୁଛି। ସମୟକ୍ରମେ ପୁରୁଷମାନେ ମଧ୍ୟ ଏହାର ବ୍ୟବହାର ଆରମ୍ଭ କରିଦେଲେଣି। ତେବେ ଲାବୁବୁ ଡଲ୍ର ଆକର୍ଷଣୀୟ ‘ବ୍ଲାଇଣ୍ଡ ବକ୍ସ ପ୍ୟାକିଂ’ ଏହାକୁ କ୍ରୟ କରିବାର ଇଚ୍ଛାକୁ ଆହୁରି ବଢ଼େଇ ଦେଉଛି। ଯେପର୍ଯ୍ୟନ୍ତ ଜଣେ ଏହାକୁ ନଖୋଲୁଛି, ସେପର୍ଯ୍ୟନ୍ତ ଭିତରେ କେଉଁ ରଙ୍ଗର କଣ୍ଢେଇ ଅଛି ତାହା ଜାଣିପାରିବ ନାହିଁ। ଏନେଇ ନୂଆପଲ୍ଲୀର ଗିଫ୍ଟ ସପ୍ ବ୍ୟବସାୟୀ ରାଜ୍ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଏହା ଦୋକାନକୁ ଆସିନାହିଁ। ହେଲେ ଯୁବକ ଯୁବତୀମାନେ ଆସି ଏହା ବିଷୟରେ ପଚାରୁଛନ୍ତି। ତେଣୁ ଏହାର ଚାହିଦା କେତେ ସେମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି।
ବଢ଼ୁଛି ‘ଲାବୁବୁ ଡଲ୍’ର କ୍ରେଜ୍
ଇନ୍ଷ୍ଟାଗ୍ରାମ, ଫେସବୁକ୍ଠାରୁ ଆରମ୍ଭ କରି ବର୍ତ୍ତମାନ ସମସ୍ତ ସାମାଜିକ ଗଣମାଧ୍ୟମରେ ‘ଲାବୁବୁ ଡଲ୍’ର କ୍ରେଜ୍ ବଢ଼ିବାରେ ଲାଗିଛି। ଗ୍ଲୋବାଲ ଷ୍ଟାର୍ ରିହାନା, ଦୁଆ ଲିପାଙ୍କ ଠାରୁ ଆରମ୍ଭ କରି ବହୁ ସିନେ ତାରକା ଓ ୟୁଟ୍ୟୁବର୍ ବର୍ତ୍ତମାନ ଏହାକୁ କିଣି ନିଜ...
/sambad/media/media_files/2025/07/25/labubu-2025-07-25-07-05-00.jpg)