ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଦୁଷ୍କର୍ମ ଅଭିଯୋଗ ଆଣିଲେ ଡ୍ୟାନ୍ସର

ଭୁବନେଶ୍ବର: ଡ୍ୟାନ୍ସ କାର୍ଯ୍ୟକ୍ରମରେ ଚିହ୍ନା ପରିଚିତ ହେଲେ। ଏକାଠି ବୁଲିଲେ, ଖାଇଲେ, ରହିଲେ। ବିବାହର ପ୍ରତିଶ୍ରୁତି ଦେଇ ଡ୍ୟାନ୍ସରଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବକ। ଶେଷରେ ପ୍ରତାରଣାର ଶିକାର ହେଲେ ଯୁବତୀ। ଏ ନେଇ ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୁଲିସ। ଅଭିଯୁକ୍ତ ଯୁବକ ଛତିଶଗଡ଼ର ଏକ କମ୍ପାନିରେ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ଘର କଳାହାଣ୍ଡି ଜିଲ୍ଲାରେ। ସେ ଭୁବନେଶ୍ବରରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରି ଗୁଜରାଣ ମେଣ୍ଟାନ୍ତି। ୨୦୧୭ରେ ଭଦ୍ରକର ଯୁବକ ଅଙ୍କିତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଏହା ପରେ ଯୁବତୀଙ୍କର ଅଙ୍କିତଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେମାନେ ଲିଭ୍‌ଇନ ରିଲେସନସିପରେ ରହିଥିଲେ। ୨୦୧୯ରେ ଅଙ୍କିତଙ୍କର ଛତିଶଗଡ଼ ରାୟପୁରରେ ଏକ କମ୍ପାନିରେ ଚାକିରି ହୋଇଥିଲା। ଯୁବତୀଙ୍କୁ ପୁରୀରେ ବିବାହ କରିବେ ବୋଲି ଅଙ୍କିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିବାହ ନକରିବାରୁ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର