ଭୁବନେଶ୍ବର: ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆଦିଲ୍ଲୀରୁ ଆସିଥିବା ଭିସ୍ତାରା ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାରୁ ବର୍ତି ଯାଇଛି। ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବୋଲି ଆମ୍ ଆଦ୍ମି ପାର୍ଟି ସାଂସଦ ସଂଜୟ ସିଂହ ଟୁଇଟ୍ କରି ଜଣାଇଛନ୍ତି। ଶ୍ରୀ ସିଂହ ନିଜର ବୋର୍ଡିଂ ପାସ୍ ସହ ଟୁଇଟ୍ କରି ଲେଖିଛନ୍ତି ଯେ ଏୟାର ଭିସ୍ତାରା ବିମାନ ଆଜି ଭୁବନେଶ୍ବରରେ ଅବତରଣ କରିବା ସମୟରେ ଯାତ୍ରୀଙ୍କ ଲୋମ ଟାଙ୍କୁରି ଉଠିଥିଲା, ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା। ପାଇଲଟ୍ଙ୍କ ଦ୍ବାରା ଅନ୍ୟ କିଛି କାମ କରାନ୍ତୁ ନଚେତ୍ କେତେବେଳେ ବଡ଼ ଦୁର୍ଘଟଣା ଘଟିପାରେ। ଏନେଇ ଏୟାର ଭିସ୍ତାରା କର୍ତ୍ତୃପକ୍ଷ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କିଛି କରନ୍ତୁ। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସିନ୍ଧିଆ ଟୁଇଟ୍ କରି କହିଛନ୍ତି ଯେ ଏହି ଘଟଣାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ନଜରକୁ ଆଣିଥିବାରୁ ଧନ୍ୟବାଦ।
ସୂଚନାଯୋଗ୍ୟ ଯେ ସାଂସଦ ଶ୍ରୀ ସିଂହ ଆଜି ଏହି ବିମାନରେ ଦିଲ୍ଲୀରୁ ଆସିଥିଲେ। ବିମାନ ୯ଟା ୫ରେ ଅବତରଣ କରିଥିଲା। ବିମାନ ଅବତରଣ କରିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏନେଇ କିନ୍ତୁ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ କିଛି ସୂଚନା ଦେଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Biju-Patnaik-International-Airport.jpg)