​ଚନ୍ଦ୍ରଶେଖରପୁର: ଲୁଟ୍ ଉଦ୍ୟମ ବେଳେ ସାହସର ସହ ଲୁଟେରାକୁ କାବୁ କରିଥିବା ଜଣେ ନାବାଳକକୁ ଆଜି ଡିସିପି ଉମାଶଙ୍କର ଦାସ ପୁରସ୍କୃତ କରିଛନ୍ତି। ନିଜ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରି ସେ ନାବାଳକକୁ ମାନପତ୍ର ସହିତ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଶ୍ରୀବିହାର ଅଞ୍ଚଳର ତେଜରାତି ଦୋକାନୀ ରାମଚନ୍ଦ୍ର ସାହୁଙ୍କ ଦୋକାନରୁ ପୁରୀ ଡେଲାଙ୍ଗ ଅଞ୍ଚଳର ଅଜିତ ସ୍ବାଇଁ ଲୁଟ୍ ଉଦ୍ୟମ କରିଥିଲା। ସେହି ସମୟରେ ରାମଚନ୍ଦ୍ରଙ୍କ ପୁଅ ଓମ୍ ପ୍ରକାଶ ସାହୁ (୧୨) ସାହସର ସହ ଅଭିଯୁକ୍ତକୁ କାବୁ କରି ନେଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ନିକଟରୁ ଗୋଟିଏ ଖେଳନା ବନ୍ଧୁକ ବନ୍ଧୁକ, ଗୋଟିଏ ଛୁରି ଓ ଏକ ବାଇକ୍ ଜବତ ହୋଇଛି।
ସାହସୀ ନାବାଳକକୁ ପୁରସ୍କୃତ କଲେ ଡିସିପି
/sambad/media/post_attachments/wp-content/uploads/2021/11/gj465g4dj65gdjgjgjdgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)