ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ସ୍ମାର୍ଟ ସିଟି ଅନ୍ଲାଇନ୍ ଅଟୋ ଗ୍ରୁପ। ଏନେଇ ଆଜି ଗ୍ରୁପ ତରଫରୁ ୟୁନିଟ-୯ ସ୍ଥିତ ଖାଓ ଗଳି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦିଆଯାଇଛି। ଗ୍ରୁପ୍ ଅଧକ୍ଷ ଦୀନବନ୍ଧୁ ନାୟକ କହିଛନ୍ତି ଯେ ପୂର୍ବରୁ ବାରମ୍ବାର ସରକାରଙ୍କୁ ଅଟୋ ଚାଳକମାନଙ୍କ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରି ଆସୁଛୁ। କିନ୍ତୁ ସରକାର ଆମ କଥାକୁ କର୍ଣ୍ଣପାତ କରୁନାହନ୍ତି। ତେଣୁ ଗ୍ରୁପର ସମସ୍ତ ସଦସ୍ୟ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ସେମାନେ ପୁନର୍ବାର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଭୁବନେଶ୍ୱର, କଟକ, ପୁରୀ ଅଞ୍ଚଳରେ ଅଟୋ ଷ୍ଟାଣ୍ଡ କରାଯାଉ। ସରକାରଙ୍କ ତରଫରୁ ଫାଇନାନ୍ସ କମ୍ପାନିମାନଙ୍କ ଉପରେ ଅଙ୍କୁଶ ଲଗାଯାଉ। ଅଟୋ ଚାଳକମାନଙ୍କୁ ସରକାରୀ କୋଭିଡ୍ ସହାୟତା ପ୍ରଦାନ କରାଯିବା ଆଦି ରହିଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାସ୍ତା ଉପରେ ଅଟୋ ରଖି ଚକ ଅଖ ବନ୍ଦ କରିଦେବାକୁ ଗ୍ରୁପ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ ଅଧକ୍ଷଙ୍କ ସମେତ ଉପାଧ୍ୟକ୍ଷା ନମିତା ରାଉତ, ବିଜୟ ସେନ, ସୀତାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ମାର୍ଟ ସିଟି ଅନ୍ଲାଇନ୍ ଅଟୋ ଗ୍ରୁପ ପକ୍ଷରୁ ଭୋଟ ବର୍ଜନ ନିଷ୍ପତ୍ତି
/sambad/media/post_attachments/wp-content/uploads/2022/02/56d654g65a4g65daggdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)