ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ଦାବି, ଚତୁର୍ଥ ଶ୍ରେଣୀ ମେଡ଼ିକାଲ କର୍ମଚାରୀଙ୍କୁ ପଦୋନ୍ନତି ମିଳୁ

ଭୁବନେଶ୍ବର: ବିଭିନ୍ନ ସରକାରୀ ମେଡିକାଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଯୋଗ୍ୟତା ଅନୁଯାୟୀ ପଦୋନ୍ନତି, ଖାଲିଥିବା ପଦ ପୂରଣ, ଡ୍ରେସର୍‌ ପୋଷ୍ଟ ସୃଷ୍ଟି ଆଦି ବିଭିନ୍ନ ଦାବି ନେଇ ଆଜି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ୟୁନିଟ୍-୨ସ୍ଥିତ ହିନ୍ଦ ମଜଦୁର ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ବିଭିନ୍ନ ସରକାରୀ ମେଡ଼ିକାଲରେ କାର୍ଯ୍ୟରତ ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କୁ ଯୋଗ୍ୟତା ଅନୁଯାୟୀ ପଦୋନ୍ନତି ମିଳୁ ନାହିଁ। ଆଗରୁ ମେଡ଼ିକାଲରେ କାର୍ଯ୍ୟରତ ଚତୁର୍ଥଶ୍ରେଣୀ କର୍ମଚାରୀମାନେ ଯୋଗ୍ୟତା ଅନୁଯାୟୀ ମଲ୍ଟି-ପ୍ରପୋଜ୍ ହେଲଥ୍‌ ଓ୍ବାର୍କରେ ପଦୋନ୍ନତି ପାଉଥିଲେ। କିନ୍ତୁ ୨୦ବର୍ଷ ହେଲାଣି, ସେମାନଙ୍କୁ ଏହି ପଦବୀକୁ ପଦୋନ୍ନତି ଦିଆଯାଇନାହିଁ। ସେହିପରି ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ଡ୍ରେସର୍‌ ପୋଷ୍ଟ ସୃଷ୍ଟି, ମେଡ଼ିକାଲ ଏବଂ ମେଡ଼ିକାଲ କଲେଜରେ ଖାଲିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ସ୍ଥାୟୀ ପଦ ପୂରଣ କରିବା ପାଇଁ ସଂଘ ଦାବି କରିଛି। ସଂଘର ଏହି ଦାବିଗୁଡ଼ିକ ଆଗାମୀ ଦିନରେ ପୂରଣ କରା ନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପାଇଁ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ରାଜ୍ୟ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ରାଉତ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର