ବିଏମ୍‌ସିର ନିର୍ମାଣାଧୀନ ଡ୍ରେନ୍‌ ଭୁଶୁଡ଼ିଲା

ଭୁବନେଶ୍ବର: ନୂଆପଲ୍ଲୀ ଅଞ୍ଚଳରେ ‌ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ପକ୍ଷରୁ ୧୦କୋଟି ଟଙ୍କା ବ୍ୟୟରେ ତିନିଟି ଡ୍ରେନ୍‌ ନିର୍ମାଣ ହେଉଛି। ଏଥିରୁ ଗୋଟିଏ ଡ୍ରେନ୍‌ ୩କୋଟି ଟଙ୍କା ବ୍ୟୟରେ ମହିମା ଆଶ୍ରମ ଠାରୁ ଦି ୱାର୍ଲଡ ଟ୍ରାଫିକ ଛକ ପର୍ଯ୍ୟନ୍ତ ନିର୍ମାଣ ହେଉଛି। ଡ୍ରେନ୍‌ ନିର୍ମାଣ କାମ ଅଧା ହୋଇଥିବାବେଳେ ଆଜି ଏହା ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ନିମ୍ନମାନର କାମ ହେଉଥିବାରୁ ଡ୍ରେନ୍ ନିର୍ମାଣ ହେବା ସମୟରେ ଭୁଶୁଡ଼ି ପଡ଼ିଲା। ଯଦି ଏହିପରି ଡ୍ରେନ୍‌ ନିର୍ମାଣ ହେବ ତେବେ ବର୍ଷା ଦିନେ ଜୋର୍‌ରେ ପାଣି ଆସିଲେ ପୂରା ଡ୍ରେନ୍‌ ଭୁଶୁଡ଼ି ପଡ଼ିବ। ବିଏମ୍‌ସି କର୍ତ୍ତୃପକ୍ଷ କାମର ତଦାରଖ କରିବା ସହ ଉନ୍ନତମାନର ଡ୍ରେନ୍‌ ‌ନିର୍ମାଣ କରନ୍ତୁ।

ସମ୍ବନ୍ଧିତ ଖବର