ଭୁବନେଶ୍ବର: ଆଜି ବିଶ୍ବ ନାଟ୍ୟ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିନିଟି କାହାଣୀର ମଞ୍ଚ ପ୍ରସ୍ତୁତିକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘କଥା ମଞ୍ଚନ’। କଥାକାର ପରେଶ ପଟ୍ଟନାୟକଙ୍କ ଗଳ୍ପ ‘କୁକୁର’, କଥାକାର ଚନ୍ଦ୍ରଶେଖର ଦାଶବର୍ମାଙ୍କ କାହାଣୀ ‘ସପ୍ତାହର ସାତ ଦିନ’ ଓ ତରୁଣକାନ୍ତି ମିଶ୍ରଙ୍କ କାହାଣୀ ‘ଉଦ୍ଭାସ’ ଆଦିକୁ ନେଇ ଆଜି ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ଭୁବନେଶ୍ବରସ୍ଥିତ ନାଟ୍ୟାନୁଷ୍ଠାନ ‘ମୁକ୍ତି’ ପକ୍ଷରୁ ଏହି ନାଟକଟି ପରିବେଷିତ ହୋଇଥିଲା। ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସୂର୍ଯ୍ୟ ମହାନ୍ତି। ଆଜିର ସଂଧ୍ୟାରେ ଅତିଥି ଭାବେ କଳିଙ୍ଗ ଟିଭିର ସିଇଓ ହିମାଂଶୁ ଖଟୁଆ, ବିଶିଷ୍ଟ ଲୋକନାଟ୍ୟ ଗବେଷକ ମନ୍ମଥ କୁମାର ଶତପଥୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ ମିଶ୍ର, ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ତିନି କାହାଣୀର ନାଟକ ‘କଥା ମଞ୍ଚନ’
/sambad/media/post_attachments/wp-content/uploads/2021/03/54564564dg56hjdghhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)