ଖଣ୍ଡଗିରି: ‘ବନ୍ଦଇ ଦେବ ଜଗନ୍ନାଥ, କମଳା ଦେବୀଙ୍କ ସଙ୍ଗାତ। ଲକ୍ଷ୍ମୀ ଦେବୀଙ୍କ ପ୍ରାଣ ନାହା, ଶୋଭିତ ଶଙ୍ଖଚକ୍ର ବାହା।’ ରବିବାର ସଂଧ୍ୟା ହେଉ ହେଉ ସହରର ପ୍ରତିଟି ଗଳିକନ୍ଦି, ଆବାସିକ କଲୋନି, ହଷ୍ଟେଲ୍ ଓ ମେସ୍ରୁ ଭାସି ଆସୁଥିଲା ଏହି ପବିତ୍ର ଗୀତର ମଧୁର ପଙ୍କ୍ତି। କୁଆଁରୀମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ଏହି ଗୀତ। ଭାଦ୍ରବ ମାସର ପ୍ରଥମ ପାଳି ରବିବାରରୁ ଭାଇର ଶୁଭମନାସି ଭଉଣୀଟିଏ ମା’ ମଙ୍ଗଳାଙ୍କୁ ସୁମରଣା କରିଛନ୍ତି। ଆଉ ଏହି ମାସର ପ୍ରତି ରବିବାର ଉପକୂଳ ଓଡ଼ିଶାର ଘରେ ଘରେ ଏକ ଆଧ୍ୟାତ୍ମିକ ପରିବେଶରେ ‘ଖୁଦୁରୁକୁଣୀ ଓଷା’ ବା ‘ଭାଲୁକୁଣୀ ଓଷା’ ପାଳନ କରାଯାଇଛି। ଭାଇମାନଙ୍କ ଶୁଭ ମନାସି କରାଯାଉଥିବା ଏହି ଓଷାଟି ଓଡ଼ିଆ ଘରର ଗ୍ରାମ୍ୟ ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ ହୋଇଛି। ଭୁବନେଶ୍ୱରରେ ଅତ୍ୟାଧୁନିକ ସହରୀ ସଭ୍ୟତା ତା’ର କାୟା ବିସ୍ତାର କରିଥିଲେ ବି ଓଡ଼ିଆ ପରିବାର ଖୁଦୁରୁକୁଣୀ ଓଷା ପାଳିବାକୁ ଆଦୌ ଭୁଲିନାହାନ୍ତି। ଗାଁ ଗହଳି ପରି ରାଜଧାନୀରେ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ଖୁଦୁରୁକୁଣୀ ଓଷା କରାଯାଉ ନାହିଁ ସତ, ହେଲେ ଓଷା ପାଳନର ବିଧି ଜୀବନ୍ତ ରହିଛି। ବଜାରରେ ଏଥିପାଇଁ ୩ ଦିନ ହେଲା ମା’ ମଙ୍ଗଳାଙ୍କ ମୂର୍ତ୍ତି ବିକ୍ରି ହେଉଥିଲା। ୧୦୦ ଟଙ୍କା ଠାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବଜାରରେ ମିଳୁଛି। ହେଲେ ଛୋଟ ମୂର୍ତ୍ତିର ବିକ୍ରି ଅଧିକ ରହିଛି। ଫୁଲ ଓ ଫଳ ଦୋକାନରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସକାଳୁ ଫୁଲ ତୋଳି ଝିଅମାନେ ମା’ଙ୍କ ପାଇଁ ଫୁଲମାଳ ଗୁନ୍ଥିଥିଲେ। ସନ୍ଧ୍ୟାରେ ମା’ଙ୍କ ମୂର୍ତ୍ତି ନିକଟରେ ତଅପୋଇଙ୍କ କାହାଣୀ ଓ ମା’ ମଙ୍ଗଳାଙ୍କ ମହିମା ଉପରେ ପର୍ଯ୍ୟବେଷିତ ପୁରାଣ ବହି ପଢ଼ି ପୂଜାର୍ଚ୍ଚନା କରାଯାଇଥିଲା।
ସବୁଠି ଶୁଭିଲା ‘ବନ୍ଦଇ ଦେବ ଜଗନ୍ନାଥ..’
‘ବନ୍ଦଇ ଦେବ ଜଗନ୍ନାଥ, କମଳା ଦେବୀଙ୍କ ସଙ୍ଗାତ। ଲକ୍ଷ୍ମୀ ଦେବୀଙ୍କ ପ୍ରାଣ ନାହା, ଶୋଭିତ ଶଙ୍ଖଚକ୍ର ବାହା।’ ରବିବାର ସଂଧ୍ୟା ହେଉ ହେଉ ସହରର ପ୍ରତିଟି ଗଳିକନ୍ଦି, ଆବାସିକ କଲୋନି, ହଷ୍ଟେଲ୍ ଓ ମେସ୍ରୁ ଭାସି ଆସୁଥିଲା ଏହି ପବିତ୍ର...
/sambad/media/media_files/2025/08/11/untitled-13-2025-08-11-06-43-02.jpg)