ଭୁବନେଶ୍ବର: ବହୁ ପ୍ରତିକୂଳ ପରିସ୍ଥିତି ସାମ୍ନା କରି ପ୍ରଗତିବାଦୀ ଆଜି ୫୦ ବର୍ଷରେ ପଦାର୍ପଣ କରିଛି। ପ୍ରଗତିବାଦୀର ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ତାଙ୍କ ଜୀବଦଶାରେ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ପ୍ରଗତିବାଦୀକୁ ଆଗକୁ ବଢ଼ାଇଥିଲେ। ପ୍ରଗତିବାଦୀ କଣ୍ଟକିତ ବ୍ୟକ୍ତି ଓ ପଥର ଅଭିବ୍ୟକ୍ତି। ପ୍ରଦ୍ୟୁମ୍ନ ବଳ ସମାଜର ଅଧଃପତନ ଧାରାକୁ ବଦଳାଇବାକୁ ଲେଖନୀ ଚାଳନା କରୁଥିଲେ। ତାଙ୍କ ଲେଖାରେ ସମାଜକୁ ବଦଳାଇବା ଭଳି ଶକ୍ତି ଓ ସତ୍ତା ଥିଲା। ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ସ୍ବାଗତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏହା କହିଛନ୍ତି।
ଉତ୍ସବରେ ପ୍ରଗତିବାଦୀ ଅଧ୍ୟକ୍ଷା ଶାଶ୍ବତୀ ବଳ ସଭାପତିତ୍ବ କରିଥିବା ବେଳେ ସମଗ୍ର କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ସଂଯୋଜନା କରିଥିଲେ। ଅନ୍ୟତମ ଅତିଥି ସାଂସଦ ଅଚ୍ୟୁତ ସାମନ୍ତ କହିଥିଲେ ଯେ ପ୍ରଗତିବାଦୀର ଦୀର୍ଘତମ ଯାତ୍ରା ଆଜି ୫୦ ବର୍ଷରେ ପାଦ ଥାପିଛି। ଖବରକାଗଜର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ଯେଉଁ ଲକ୍ଷ୍ୟ, ଆଦର୍ଶ ନେଇ ଏହାକୁ ସୃଷ୍ଟି କରିଥିଲେ, ସେ ପଥରେ ପ୍ରଗତିବାଦୀ ଆଗେଇ ଚାଲିଛି। ସ୍ବର୍ଗତ ବଳ କେବେ କୌଣସି କ୍ଷେତ୍ରରେ ସାଲିସ୍ କରିନାହାନ୍ତି। କେବେ ବି ନିଜ ସ୍ବାର୍ଥରେ ଲେଖନୀ ଚାଳନା କରିନାହାନ୍ତି।
ପ୍ରାରମ୍ଭରେ କୃଷି ମନ୍ତ୍ରୀ ଶ୍ରୀ ସାହୁ ପ୍ରଗତିବାଦୀର ଅଧ୍ୟକ୍ଷା ଶାଶ୍ବତୀ ବଳ, ନର୍ଦ୍ଦେଶିକା ମୋନାଲିସା ବଳଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚନ କରିଥିଲେ। ଏହା ପୂର୍ବରୁ ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ସବୁର୍ଣ୍ଣ ଜୟନ୍ତୀର ଲୋଗୋ ଉନ୍ମୋଚନ କରିବା ସହ କମଳୁ ହରିଜନ ଓ ମଙ୍ଗାଇ ହରିଜନଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ୫ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ଅଧ୍ୟାପକ ବିଶ୍ବରଂଜନ, ଶୋଭନୀୟ ଆନ୍ଦୋଳନର ଅରୁନ୍ଧତୀ ଦେବୀ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ଧନେଶ୍ବର ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ନିର୍ଦ୍ଦେଶିକା ମୋନାଲିସା ବଳ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/31.jpg)