‘ଫେସେସ୍ ଅଫ୍ ଇନ୍ଇକ୍ବାଲିଟି’ ଲୋକାର୍ପିତ

ଭୁବନେଶ୍ବର: ଲେଖକ ପ୍ରଦୀପ ବୈଶାଖଙ୍କ ‘ଫେସେସ୍ ଅଫ୍ ଇନ୍ଇକ୍ବାଲିଟି: ଷ୍ଟୋରିଜ୍ ଅଫ୍ ଦ ପୋର ଆଣ୍ଡ ଅଣ୍ଡରପ୍ରିଭିଲେଜଡ୍‌ ଫ୍ରମ୍ ଇଣ୍ଡିଆଜ୍ ଗ୍ରାସରୁଟସ୍’ ପୁସ୍ତକ ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ‘ଓଡ଼ିଶା ବିକାଶ ଅନ୍ତର୍ଭୁକ୍ତ କି ନୁହେଁ’ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାଚକ୍ରରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗ ଦେଇ କହିଲେ, ସାମ୍ବାଦିକଙ୍କ କଲମ ମୁନ ହିଁ ରାଜ୍ୟ ଓ ଦେଶର ବିକାଶ କରିପାରିବ।

ଏନେଇ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ମୁକ୍ତ ସାମ୍ବାଦିକତା କରିବା ଦରକାର। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଉମି ଡାନିଏଲ୍ କହିଲେ, ବିକଶିତ ରାଜ୍ୟ କେବଳ ରାସ୍ତାଘାଟ ସୌନ୍ଦର୍ଯ୍ୟ ହୋଇଗଲେ ହେବ ନାହିଁ। ପ୍ରକୃତ ଲୋକମାନେ କେତେ ବିକଶିତ ହୋଇଛନ୍ତି ତା ହିଁ ବିକଶିତ ରାଜ୍ୟର ପରିଚୟ। ବରିଷ୍ଠ ସାମ୍ବାଦିକା ସାରଦା ଲାହାଙ୍ଗିର ରାଜ୍ୟ ବିକାଶ କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ଭୂମିକା ରହିବା ଦରକାର ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ଅକ୍ଷୟ ସାହୁ ସଭାପତିତ୍ବ କରିଥିଲେ। ଲେଖକ ପ୍ରଦୀପ ବୈଶାଖ ସ୍ବାଗତ ଭାଷଣ ଦେଇଥିବା ବେଳେ ସନ୍ଦୀପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର