ଶିଶୁକନ୍ୟା ଫେରିପାଇବାକୁ ଥାନାରେ ବାପାଙ୍କ ଗୁହାରି, ଶିଶୁକନ୍ୟା ଆଣିବାକୁ ଧର୍ମଶାଳା ଯିବ ଖଣ୍ଡଗିରି ପୁଲିସ୍

ଭୁବନେଶ୍ବର: ଡୁମୁଡୁମା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ଶିଶୁକନ୍ୟାକୁ ଫେରି ପାଇବାକୁ ଥାନାରେ ଗୁହାରି କରିଛନ୍ତି। ଶିଶୁକନ୍ୟାକୁ ତାଙ୍କ ପତ୍ନୀର ଭଉଣୀଙ୍କ ସ୍ବାମୀ ନେଇଯାଇଥିବାରୁ ସେ ଖଣ୍ଡଗିରି ଥାନାରେ ଦ୍ବାରସ୍ଥ ହୋଇଛନ୍ତି। ଶିଶୁକନ୍ୟା ଆଣିବା ପାଇଁ ଖଣ୍ଡଗିରି ପୁଲିସ୍ କିଛି ଦିନ ଭିତରେ ଧର୍ମଶାଳା ଯିବ ବୋଲି ସୂଚନା ମିଳିଛି।

ମିଳିଥିବା ଖବର ମୁତାବକ, ଶିଶୁକନ୍ୟାର ମା’ ଗତ କିଛି ବର୍ଷ ତଳେ ପ୍ରାଣ ହରାଇଥିଲେ। ତେଣୁ ଶିଶୁକନ୍ୟାର ଲାଳନପାଳନ ପାଇଁ ତାକୁ ତା’ ମାଉସୀ ଯାଜପୁରସ୍ଥିତ ଧର୍ମଶାଳାରେ ନେଇ ରଖିଥିଲେ। ଦୁର୍ଭାଗ୍ୟବଶତଃ ମାଉସୀଙ୍କର ମଧ୍ୟ କିଛି ମାସ ତଳେ ଦେହାନ୍ତ ହୋଇଥିଲା। ମାଉସୀର ଦେହାନ୍ତ ପରେ ଶିଶୁକନ୍ୟାର ବାପା ତା’କୁ ପାଖକୁ ଆଣିବା ପାଇଁ ଧର୍ମଶାଳା ଯୋଗାଯୋଗ କରିଥିଲେ। ମାତ୍ର ପରିବାର ଲୋକେ ନ ଦେବାରୁ ବାଧ୍ୟ ହୋଇ ଶିଶୁକନ୍ୟାର ବାପା ଆଜି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଖଣ୍ଡଗିରି ପୁଲିସ୍ ଧର୍ମଶାଳା ଯାଇ ଶିଶୁକନ୍ୟାକୁ ଉଦ୍ଧାର କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର