ରାସ୍ତାରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇଲେ ମହିଳା କନେଷ୍ଟବଳ

ଭୁବନେଶ୍ବର: ମହିଳା ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଭାନୁମତି ମଲ୍ଲିକ ରାସ୍ତାରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇ ପ୍ରଶଂସାର ପାତ୍ର ହୋଇଛନ୍ତି। ଗତକାଲି ଏକ ନମ୍ବର ହାଟ ନିକଟରୁ ସେ ଏହି ଟଙ୍କା ଥିବା ପର୍ସଟି ପାଇଥି‌ଲେ। ସେଥିରେ ଏଟିଏମ୍‌ ଓ ବିଭିନ୍ନ ପରିଚୟ ପତ୍ର ରହିଥିଲା। ପରିଚୟ ପତ୍ରରୁ ପର୍ସଟି ୧୨୦ ବାଟାଲିଅନ୍‌ର କର୍ମଚାରୀ ଅମନପ୍ରିତ୍ ସିଂହଙ୍କର ବୋଲି ଜଣାପଡ଼ିଥିଲା। ତୁରନ୍ତ ଶ୍ରୀମତୀ ମଲ୍ଲିକ ପର୍ସକୁ ମହିଳା ଥାନା ଜିମା ଦେଇଥିଲେ। ପରେ ମହିଳା ଥାନା ପକ୍ଷରୁ ଅମନଜିତ୍‌ଙ୍କୁ ଯୋଗାଯୋଗ କରାଯାଇଥିଲା ଓ ପର୍ସଟିକୁ ଫେରାଇ ଦିଆଯାଇଥିଲା। ବହୁ ସରକାରୀ କର୍ମଚାରୀ ଲାଞ୍ଚ ନେଇ ଧରାପଡ଼ୁଥିବାବେଳେ ଜଣେ ସାଧାରଣ କର୍ମଚାରୀ ୨୦ ହଜାର ଟଙ୍କା ପାଇ ଫେରାଇଥିବାରୁ ପୁଲିସ କମିସନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଟଙ୍କା ଓ ବିଭିନ୍ନ କାଗଜପତ୍ର ଫେରି ପାଇଥିବା ଅମନ୍‌ଜିତ୍ ମଧ୍ୟ ଭାନୁମତିଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର