ରାଜଭବନରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପରିଚୟ’

ଭୁବନେଶ୍ବର: ରାଜଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ର ସ୍ବତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଚଳଚ୍ଚିତ୍ରଟିକୁ ଉପଭୋଗ କରିବା ସହ ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ ଚଳଚ୍ଚିତ୍ରର ବିଷୟକୁ ଭାବଉଦ୍ରେକକାରୀ ଓ ଏହାର ବାର୍ତ୍ତା ପ୍ରଭାବଶାଳୀ ବୋଲି କହିଥିଲେ।

‘ପରିଚୟ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର କହିଲେ ଯେ ଗୋଟି ଜାରଜର ଆତ୍ମପରିଚୟ ଅନ୍ବେଷଣ ଏବଂ ସମାଜର ଅବହେଳା ଓ ଉଦାସୀନତା ଚଳଚ୍ଚିତ୍ରର ଭାବବସ୍ତୁ। ସହପ୍ରଯୋଜିକା ଶୁଚିସ୍ମିତା ମିଶ୍ର ଚଳଚ୍ଚିତ୍ର ନିର୍ମାଣ ପ୍ରେରଣା ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ନିର୍ଦ୍ଦେଶକ ସାତ୍ୟକି ମିଶ୍ରଙ୍କ ସମେତ ଚଳଚ୍ଚିତ୍ରର କଳାକାର ଓ ବୈଷୟିକ ସହଯୋଗୀମାନଙ୍କୁ ରାଜ୍ୟପାଳ ଶ୍ରୀ ଲାଲ ସମ୍ବର୍ଧିତ କରିଥିଲେ। କଳାକାରଙ୍କ ସହ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର