ଭୁବନେଶ୍ବର: ୱାର୍ଡ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ଜନସାଧାରଣଙ୍କ ଠାରୁ ଗଦା ଗଦା ଆପତ୍ତି ଅଭିଯୋଗ ଗ୍ରହଣ କରିବା ପରେ ମଧ୍ୟ ଚୂଡ଼ାନ୍ତ ତାଲିକାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଚିଠା ତାଲିକା ଚୂଡ଼ାନ୍ତ ତାଲିକାରେ ଅପରିବର୍ତ୍ତିତ ରହିଛି। ମହିଳାଙ୍କ ପାଇଁ ୩୪ଟି ୱାର୍ଡ ସଂରକ୍ଷିତ ରହିଥିବା ବେଳେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ୪ଟି ଆସନ ସଂରକ୍ଷିତ ରହିଛି। ବାକି ୨୯ ଆସନ ଅଣସଂରକ୍ଷିତ ରହିଛି। ଆଉ ପରିବର୍ତ୍ତନର ସୁଯୋଗ ନଥିବାରୁ ନେତାମାନେ ଚୂଡ଼ାନ୍ତ ତାଲିାକକୁ ଧରି ଅଙ୍କ କଷା ଆରମ୍ଭ କରିଛନ୍ତି। ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନରେ ପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ପୁରୁଣା ନେତା ଲବି ଆରମ୍ଭ କରିଥିବା ବେଳେ ଅଣସଂରକ୍ଷିତ ବର୍ଗରୁ ଏସ୍‌ସି କିମ୍ବା ଏସ୍‌ଟି ବର୍ଗଙ୍କପାଇଁ ସଂରକ୍ଷିତ ହୋଇଥିବା ୱାର୍ଡରେ ପୁରୁଣା ନେତା ମୁଣ୍ଡରେ ହାତ ଦେଇଛନ୍ତି। ସେଠାରେ ନିଜ ଆସନ ଯାଇଥିବା ବେଳେ ପଡ଼ୋଶୀ ୱାର୍ଡରେ ଆଶାୟୀ ହାଉଯାଉ ହେଉଥିବାରୁ ନେତା ହେବାର ବାଟ ଏକ ପ୍ରକାର ବନ୍ଦ ହୋଇଯାଇଛି।

Advertisment

ପ୍ରକାଶ ପାଇଥିବା ୱାର୍ଡ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ ତାଲିକାରେ ସଂରକ୍ଷିତ ୩୮ଟି ୱାର୍ଡରୁ ୩୪, ୧୩ ଓ ୨ ନମ୍ବର ୱାର୍ଡ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୨୬, ୧୮ ଓ ୨୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ସେହିଭଳି ୨୨ ଓ ୨୬ ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ବାକି ୨୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

publive-image

ଭୁବନେଶ୍ବର: ୱାର୍ଡ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣକୁ ନେଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥିରେ ୱାର୍ଡ ସଂରକ୍ଷଣରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଗଦା ଗଦା ଅଭିଯୋଗ ଥିଲେ ମଧ୍ୟ ସେଗୁଡ଼ିକୁ ତର୍ଜମା କରାଯାଇ ନାହିଁ। ବିଧାୟକଙ୍କ ସୁପାରିସ କାମ କରିନାହିଁ। ଫଳରେ ଏକାଧିକ ନେତା ହତାଶ ହୋଇଛନ୍ତି। କେତେକ ଜାଗାରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପତ୍ନୀ କିମ୍ବା ପରିବାରବର୍ଗଙ୍କୁ ଛିଡ଼ା କରିବାକୁ ପୁରୁଣା ନେତାଙ୍କ ପାଇଁ ସୁଯୋଗ ରହିଛି। ହେଲେ କେତେକ ଜାଗାରେ ସ୍ଥିତି ଏଭଳି ରହିଛି ଯେଉଁଠି ପୁରୁଣା ନେତାଙ୍କ ପାଇଁ କୌଣସି ସୁଯୋଗ ରହିନାହିଁ। ଯାହାକୁ ନେଇ ପୁରୁଣା ନେତାଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଅନ୍ୟପଟେ ସୀମା ନିର୍ଦ୍ଧାରଣରେ ଗୋଟିଏ ମାତ୍ର ପରିବର୍ତ୍ତନ ହୋଇଛି। ଚିଠା ତାଲିକାରେ ୨୩ ନମ୍ବର ୱାର୍ଡରେ ଥିବା ଶ୍ୟାମପୁର ଚୂଡ଼ାନ୍ତ ତାଲିକାରେ ୨୨ ନମ୍ବର ୱାର୍ଡକୁ ଆସିଛି। ଫଳରେ ଏଠାରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ବାସ୍ତବରେ ପାଇକରାପୁର ସୀମା ନିର୍ଦ୍ଧାରଣକୁ ନେଇ ବିବାଦ ରହିଥିଲା। ସୀମା ନିର୍ଦ୍ଧାରଣ ପୂର୍ବରୁ ପାଇକରାପୁର ଯେତେ‌ବେଳେ ବିଏମ୍‌ସିରେ ସାମିଲ ହୋଇଥିଲା ସେତେବେଳେ ଏହି ଅଞ୍ଚଳ ସୀମାକୁ ଲାଗିଥିବା‌ ୱାର୍ଡ ନମ୍ବର ୨୩ ଅର୍ଥାତ୍‌ ଘାଟିକିଆ ସହ ଏହାକୁ ସଂଯୋଗ କରାଯାଇଥିଲା। ଘାଟିକିଆରୁ ଭତ୍ତା ମିଳିବା ସହ ଅନ୍ୟାନ୍ୟ ଯାବତୀୟ ମୌଳିକ ସୁବିଧା ଏହି ଅଞ୍ଚଳରୁ ମିଳୁଥିଲା। କିନ୍ତୁ ଯେତେବେଳେ ଗତ ଡିସେମ୍ବର ମାସରେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହେଲା ସେତେବେଳେ ଏହାକୁ ୨୨ ନମ୍ବର ୱାର୍ଡ ଅର୍ଥାତ୍‌ ଭରତପୁରରେ ସାମିଲ କରା ଯାଇଥିବା ଜଣାପଡ଼ିଥିଲା। ଏହା ପାଇକରାପୁର ଠାରୁ ୧୦ କିଲୋମିଟର ଦୂରରେ ରହିଥିଲା। ୧୦ କିଲୋମିଟର ଦୂର ୱାର୍ଡ ସହ ସଂଯୋଗ କରିବା ସୀମା ପୁନଃନିର୍ଦ୍ଧାରଣ ବ୍ୟବସ୍ଥାର ବିରୋଧାଚରଣ ମଧ୍ୟ କରୁଥିଲା। ଏହାକୁ ବିରୋଧ କରି ଗ୍ରାମବାସୀମାନେ ପାଇକରାପୁରକୁ ୱାର୍ଡ ନମ୍ବର ୨୩ରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମଧ୍ୟ ଏ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଚିଠା ତାଲିକାରେ ଶ୍ୟାମପୁର ଅଞ୍ଚଳ ୨୩ ନମ୍ବର ୱାର୍ଡରେ ଥିଲା। ଏହାକୁ ନେଇ ବିବାଦ ମଧ୍ୟ ନଥିଲା। ହେଲେ ଚୂଡ଼ାନ୍ତ ତାଲିକାରେ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଆଚମ୍ବିତ କରିଛି।