ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର ଘୋଷିତ: ‌‌‌‌‌‘ଦ୍ରୋହକାଳ’ ପାଇଁ ସ୍ବାଗତିକା ମନୋନୀତ

ଭୁବନେଶ୍ୱର, ୧୪।୩ (ଇମିସ): ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ବିଶିଷ୍ଟ ଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟସ୍ମୃତିରେ ପ୍ରଥମ ଉପନ୍ୟାସ ପୁରସ୍କାର ଘୋଷଣା କରାଯାଇଛି। ୫୦ ବର୍ଷରୁ କମ୍‌ ଲେଖକମାନଙ୍କଠାରୁ ପ୍ରାପ୍ତ ୧୫ଟି ଉପନ୍ୟାସ ବିଚାର ପାଇଁ ପ୍ରାପ୍ତ ହୋଇଥିଲା। ଚାରିଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଔପନ୍ୟାସିକା ସ୍ବାଗତିକା ସ୍ବାଇଁଙ୍କ ‘ଦ୍ରୋହକାଳ’ ଉପନ୍ୟାସକୁ ଏହି ପୁରସ୍କାର ପାଇଁ ଚୟନ କରିଛନ୍ତି।

ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ଆସନ୍ତା ମାର୍ଚ ୩୦ତାରିଖ ସଂଧ୍ୟା ୬ଟାରେ ଜୟଦେବ ଭବନଠାରେ ଆୟୋଜିତ ଏକ ସାରସ୍ବତ ଉତ୍ସବରେ ଲେଖିକାଙ୍କୁ ପୁରସ୍କାରସ୍ବରୂପ ମାନପତ୍ର, ସ୍ମାରକୀ ଓ ପଚାଶ ହଜାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଉପସଭାପତି ଡ. ଆଦ୍ୟାଶା ଦାସ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଂଜନ ରଥ ମୁଖ୍ୟ ଅତିଥି ଓ ପ୍ରଖ୍ୟାତ ସାହିତ୍ୟିକ, ଓଡ଼ିଶାର ପୂର୍ବତନ ପୁଲିସ୍‌ ଡିଜି ବିପିନ୍‌ ବିହାରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର