‘ଶାନ୍ତିସ୍ତୂପ’ର ପ୍ରଥମ ସ୍ବନକ୍ଷତ୍ର: ସମ୍ବାଦପତ୍ର ନିରପେକ୍ଷ ହେଉ

ଭୁବନେଶ୍ବର: ମାସିକ ଓଡ଼ିଆ ସମ୍ବାଦପତ୍ର ‘ଶାନ୍ତିସ୍ତୂପ’ର ପ୍ରଥମ ସ୍ବନକ୍ଷତ୍ର ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ଜଣ ବିଶିଷ୍ଟ ମହିଳା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଏଥିସହ ଶାନ୍ତିସ୍ତୂପର ସ୍ବତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ କହିଲେ, ଓଡ଼ିଶାରେ ସମ୍ବାଦପତ୍ର ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସମ୍ବାଦପତ୍ର ନିରପେକ୍ଷ ହେଲେ ସମାଜରୁ ଦୁର୍ନୀତି ଆପେ ଆପେ ଲୋପ ପାଇଯିବ। ମୁଖ୍ୟବକ୍ତା ଭାବେ ଭୁବନେଶ୍ବର ମେୟର୍‌ ସୁଲୋଚନା ଦାସ ଯୋଗଦେଇ ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିଲେ।

‘ଶାନ୍ତିସ୍ତୂପ’ର ସଂପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜଧାନୀ ପୁସ୍ତକ ମେଳା ସଂପାଦକ ବିଧୁଭୂଷଣ ପଟ୍ଟନାୟକ, ଜ୍ୟୋତିର୍ବିଦ୍‌ ଶ୍ରୀପତି ଆଚାର୍ଯ୍ୟ, ପ୍ରଥମ ମହିଳା ଗଲ୍‌ଫ ଖେଳାଳି ଲଖି ସ୍ବାଇଁ, ସମାଜସେବୀ ଶୁଚିସ୍ମିତା ପୃଷ୍ଟି, ମିନତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସଂପାଦକ ତାପସ ରଞ୍ଜନ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଶ୍ବଜିତ୍ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

ଭୁବନେଶ୍ୱର ପ୍ରେସକ୍ଳବ ଠାରେ ମଙ୍ଗଳବାର ଦିନ ଆୟୋଜିତ ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପ ର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବରେ “ମୁଁ ବି ସ୍ୱୟଂ ସମ୍ପୂଣ୍ଣା -୨୦୨୨ ” ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା ସାହୁ । ପୁରସ୍କାର ସ୍ୱରୂପ ମାନପତ୍ର ,ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିଥିଲେ ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ଭୁବନେଶ୍ୱର ମେୟର ସୁଲଚନା ଦାସ ଏବଂ ଜୟଦେବ ବିଧାୟକ ଡ଼.ଅରବିନ୍ଦ ଢାଲି ।

ସମ୍ମାନିତ ହେଲେ ସାମ୍ବାଦିକା ତଥା ସମାଜସେବୀ ଅଙ୍କିତା ସାହୁ

ସମାଜରେ ଉଲେଖନୀୟ ଅବଦାନ ପାଇଁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଞ୍ଚାୟତର ଦଧିସିଙ୍ଗା ନିବାସୀ ବିଷ୍ଣୁଚରଣ ସାହୁଙ୍କ ଝିଅ ଅଙ୍କିତା ସାହୁଙ୍କ ସମେତ ୨୦ ଜଣ ମହିଳାଙ୍କୁ ସମାରୋହରେ ସମ୍ମାନିତ କରାଯାଇଛି। ସାମ୍ବାଦିକତା ସହ ସମାଜ ସେବା କରି ଲୋକଙ୍କ ଅନେକ ସମସ୍ୟା ଦୂର କରି ଲୋକ ପ୍ରିୟତା ଅର୍ଜ୍ଜନ କରିଛନ୍ତି ଅଙ୍କିତ।। ନିରପେକ୍ଷ ଭାବେ ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସମାଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଅଳ୍ପ ବୟସରୁ ସେବା ମନୋଭାବ ନେଇ ସମାଜ ସେବାକୁ ବ୍ରତ କରି ଚାଲିଛନ୍ତି। ଦୀର୍ଘ ୮ ବର୍ଷ ହେବ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଋତୁସ୍ରାବ ଜନିତ ସ୍ବଛତା ଉପରେ ସଚେତନ କରିବା ସହ ମାଗଣାରେ ସାନିଟାରୀ ନାପକୀନ ବଣ୍ଟନ କରିଆସୁଛନ୍ତି । କିପରି ଅସହାୟ ଲୋକ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ ନକରନ୍ତୁ ସେଥିପାଇଁ ଦିନ ରାତି ଏକ କରି ନିଜ ଚେଷ୍ଟା ବଳରେ ଢେଙ୍କାନାଳରୁ କଟକ ମେଡିକାଲ ପର୍ଯ୍ୟନ୍ତ ଲୋକ ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। କରୋନା ମହାମାରୀ ସମୟରେ ନିଜ ଅନୁଷ୍ଠାନ ଦ୍ୱାରା ଛାତ୍ରଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ସ୍ମାର୍ଟ ଫୋନ ଯୋଗାଇଛନ୍ତି ଅଙ୍କିତା । କେବଳ ଏତିକି ନୁହେଁ  ଏକ ଟ୍ୱିଟର କ୍ଳବ ଗଠନ କରି ନିଜ ଜିଲ୍ଲା ଏବଂ ଜିଲ୍ଲା ବାହାର ସମସ୍ୟାର ସମସ୍ୟାର ସମାଧାନ କରୁଛନ୍ତି।

ସମ୍ବନ୍ଧିତ ଖବର